ଭୁବନେଶ୍ୱର : ମହାମାରୀ କରୋନା ସାଙ୍ଗକୁ ପାର୍ବଣ ବଜାରରେ ମହଙ୍ଗା ମାଡ଼ ଖାଉଟିଙ୍କ ଉପରେ ପ୍ରଭାବ ପକାଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। କରୋନା ସମୟରେ ସାଧାରଣ ଲୋକେ ଜୀବିକା ହରାଇଥିବା ବେଳେ ଅଧିକାଂଶ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିଲା। ପରିବାର ପ୍ରତିପୋଷଣ ପାଇଁ ଲୋକମାନେ ନାହିଁନଥିବା ହିନସ୍ତା ହେଉଛନ୍ତି। ଏହି ସମୟରେ କେନ୍ଦ୍ର ସରକାରଙ୍କ […]

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଉଦ୍ୟମ ପରେ ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ବିକ୍ରି କରିବାରେ କେନ୍ଦ୍ର ସରକାର ସଫଳ ହୋଇଛନ୍ତି। ଟାଟା ଗୃପ ୧୮ ହଜାର କୋଟି ଟଙ୍କାରେ ଏହାକୁ କିଣିଛି। ୬୮ ବର୍ଷର ବ୍ୟବଧାନ ପରେ ଟାଟା ପାଖକୁ ଫେରିଛି ଏୟାର ଇଣ୍ଡିଆ। ୧୯୩୨ରେ ଟାଟା ଏୟାରଲାଇନ୍ସ ଭାବେ ଏହାକୁ ଜେଆର୍‌ଡି ଟାଟା ସ୍ଥାପନ କରିଥିଲେ। ୧୯୫୩ରେ ତାହାର ଜାତୀୟକରଣ କରାଯାଇଥିଲା। ଏୟାର ଇଣ୍ଡିଆକୁ ପୁଣି […]

ନୂଆଦିଲ୍ଲୀ : ଅନଲାଇନ ସପିଂ ୱେବସାଇଟ ଆମାଜନରୁ ବେଶ ସହଜରେ ଓ ସୁବିଧାରେ ଲୋକେ ମନ ମୁତାବକ ଜିନିଷ ଅର୍ଡର କରିଥାନ୍ତି। ବିଭିନ୍ନ ବ୍ରାଣ୍ଡର ଭଳିକି ଭଳି ସାମଗ୍ରୀ ଆଉ ତା’ସାଙ୍ଗରେ ଗ୍ରାହକଙ୍କୁ ଭଲ ଅଫର ଯୋଗାଇ ଆମାଜନ ବେଶ ଲୋକପ୍ରିୟ ହୋଇଛି। ତେଣୁ ଏହି ୱେବସାଇଟରେ କିଛି ଖରାପ ସାମଗ୍ରୀ ବିକ୍ରି ହେଉ ତାହା ଚାହୁଁନାହିଁ ଆମାଜନ୍। ସେଥିପାଇଁ ଆମାଜନ ନିଜର ନିୟମକୁ ନେଇ ବେଶ କଠୋର ହୋଇଥିବା […]

ନୂଆଦିଲ୍ଲୀ: ପୁଣିଥରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରାଯାଇଛି। ତୈଳ କମ୍ପାନିମାନଙ୍କ ଦ୍ୱାରା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଜୁଲାଇ ମାସରେ ବି ଗ୍ୟାସ ସିଲିଣ୍ଡରର ଦାମ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏବେ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଫଳରେ ଦିଲ୍ଲୀରେ ୧୪.୨କିଲୋଗ୍ରାମ ସିଲିଣ୍ଡରର ଦାମ ୮୫୯.୫ ଟଙ୍କା ହୋଇଛି। ଜୁନ ମାସରେ ଦିଲ୍ଲୀରେ ୧୪ କିଲୋଗ୍ରାମ ଗ୍ୟାସ […]

କୋରାପୁଟ: ଭାରତ କାହିଁକି ବିଶ୍ୱ ଚାଖିବ କୋରାପୁଟ କଫିର ସ୍ୱାଦ। କୋରାପୁଟ କଫି ବିନ୍‌କୁ ପକ୍ରିୟାକରଣ କରି ବିଶ୍ୱ ବଜାରରେ ଛାଡିବ ବହୁଦେଶୀୟ କମ୍ପାନି ଟାଟା। ଶନିବାର କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୭୮ହଜାର ୭୯୦ କେଜି କଫି ବିନ୍‌ ଟାଟାକୁ ବିକ୍ରି କରାଯାଇଛି। କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତର ସବୁଜ ପତାକା ଦେଖାଇ କୋରାପୁଟରୁ ବାହାରିଥିବା କଫି ଟ୍ରକକୁ ବିଦାୟ ଦେଇଛନ୍ତି। କୋରାପୁଟ ଜିଲ୍ଲାର ୧୯୩ ଜଣ କଫି […]

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ୨ୟ ଲହରକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗୁ କଟକଣାକୁ ଆଉ ଏକ ମାସ ପାଇଁ ବଢାଇ ଦିଆଯାଇଛି। ପୂର୍ବରୁ ଜାରି କଟକଣା ଜୁଲାଇ ୩୧ରେ ସମାପ୍ତ ହେଉଥିବାବେଳେ ତାହାକୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଶୁକ୍ରବାର ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଜାରି ସର୍କୁଲାର ଅନୁସାରେ ଭାରତରୁ ଚଳାଚଳ କରୁଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ […]

ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବାକୁ ସରକାର ଲକଡାଉନ୍ କଟକଣା ଲଗାଇଛନ୍ତି। ଫଳରେ ବିଭିନ୍ନ ଦୋକାନ ଖୋଲିବା ଉପରେ ଅଙ୍କୁଶ ରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବାଦ୍ ଆଉକେହି ବ୍ୟବସାୟ କରିପାରୁ ନାହାନ୍ତି। ଏହାକୁ ନେଇ ନାନା ପ୍ରକାର ହଇରାଣ ହେଉଛନ୍ତି ଛୋଟ ଛୋଟ ଦୋକାନୀ। ବିଶେଷ କରି ଚା’ ଦୋକାନ କରି ପରିବାର ଚଳାଉଥିବା ବ୍ୟବସାୟୀମାନେ ଗତ ଦୁଇମାସ ହେଲା ହାତବାନ୍ଧି ବସିଛନ୍ତି।ଗତବର୍ଷ ପ୍ରଥମ ଲହର ସମୟରେ ମଧ୍ୟ […]

କଟକ: ମଙ୍ଗଳବାର ରାତିରେ ହୋଇଥିବା ବର୍ଷାରେ ଗତକାଲି ମାଲଗୋଦାମରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ପାଖାପାଖି ତିନି ଫୁଟ ଉଚ୍ଚତାର ପାଣି ମାଲଗୋଦାମରେ ଜମି ରହିବାରୁ ବିଭିନ୍ନ ଦୋକାନ ଭିତରେ ପାଣି ପଶି ପ୍ରାୟ ୩୦ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଗୋଦାମରେ ନଷ୍ଟ ହୋଇଛି। ଜାମ ହୋଇଥିବା ଡ୍ରେନ ସିଏମସି ସଫା କରୁନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବଣିକ ସଂଘ ଅଭିଯୋଗ କରିଛି। ସୂଚନା ଅନୁଯାୟୀ, ବଣିକ […]

ନୂଆଦିଲ୍ଲୀ: ରିଲାଏନ୍ସ କମ୍ପାନୀ ଆଜି ତାର ୪୪ତମ ବାର୍ଷିକ ବୈଠକ ଆୟୋଜନ କରିଛି। ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କିଛି ବଡ଼ ଘୋଷଣା କରିଛନ୍ତି। ଗୁଗୁଲ ଓ ଜିଓ ମିଳିତ ଭାବେ ଏକ ସ୍ମାର୍ଟ ଫୋନ ଲଞ୍ଚ କରିଛନ୍ତି, ଯାହାର ନାଁ ହେଉଛି ଜିଓ ଫୋନ ନେକ୍ସଟ। ଏହି ଫୋନ ଦୁନିଆର ସବୁଠାରୁ ଶସ୍ତା ଫୋନ ବୋଲି ସେ ଦାବି […]

କଟକ: ରାତି ପାହିଲେ ରଜ। ଏବେ କରୋନା ପାଇଁ ଅନେକ କଟକଣା। କିନ୍ତୁ ସହରବାସୀଙ୍କୁ ରଜ ପିଠା ଓ ପାନର ଆନନ୍ଦ ଦେବାକୁ ଅନେକ ଏବେ ଅନଲାଇନ୍ ସୁବିଧା ଯୋଗାଇ ଦେବାକୁ ଆଗଭର ହୋଇଛନ୍ତି। ଭୁବନେଶ୍ବରର ଦୁଇ ଜଣ ଯୁବ ଇଂଜିନିୟର ଉଭୟ କଟକ-ଭୁବନେଶ୍ବରରେ ଏଭଳି ସେବା ଆରମ୍ଭ କରିଥିବା ବେଳେ କଟକରେ ଗ୍ରାନିସ ପିଠା ଆଣିଛି ସ୍ୱତନ୍ତ୍ର ଆଈ ହାତରନ୍ଧା ପିଠା। କଟକର ନିବେଦିତା ସାହୁ ଗ୍ରାହକଙ୍କ ପାଇଁ […]

Social media & sharing icons powered by UltimatelySocial