ବଲାଙ୍ଗୀର: ଭିଜିଲାନ୍ସ ହାତରେ ମଙ୍ଗଳବାର ଧରାପଡ଼ିଥିବା ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଟିମ୍‌ ବିନୋଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ରାତିରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପୁଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକଙ୍କୁ ଭିଜିଲାନ୍ସ ଧରିଥିବାବେଳେ ଆଜି ତାଙ୍କ ଘରେ ଚଢ଼ାଉ କରାଯାଇଛି। ଆଜି ବଙ୍ଗୋମୁଣ୍ଡା ଥାନାରେ ଭିଜିଲାନ୍ସ ଦଳ ପହଞ୍ଚିଥିବାବେଳେ ତାଙ୍କ ବଙ୍ଗୋମୁଣ୍ଡା ବାସଭବନରୁ ୩ ଲକ୍ଷ […]

ଦୁବୁର୍ତ୍ତଙ୍କୁ ସୁହାଉଛି ଦୁର୍ବଳ ପାଟ୍ରୋଲିଂ, ସୀମା ବିବାଦ ବାଲିଅନ୍ତା : ଟଙ୍କପାଣି ବ୍ରିଜ୍‌ ଏବେ ଅପରାଧୀଙ୍କ କବ୍‌ଜାରେ। ଗୋଟିଏ ସପ୍ତାହରେ ତିନି ତିନିଟି ଲୁଟ୍‌ରୁ ଏହାର ପ୍ରମାଣ ମିଳିଛି। ଦୁର୍ବୃତ୍ତମାନେ ଏଠାରେ ଜଗି ରହି ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଫଳରେ ଏବେ ବ୍ୟବସାୟୀମାନେ ଏହି ରାସ୍ତାରେ ଯାତାୟତ କରିବା ସୁରକ୍ଷିତ ମଣୁନାହାନ୍ତି ଓ ମେଳିବାନ୍ଧି ଯାତାୟତ କରୁଛନ୍ତି। ବାଲିଅନ୍ତା ଓ ସହିଦନଗର ଥାନାର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାରେ ପୁଲିସ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ପୁଣି ହିଂସାକାଣ୍ଡ। ଭାଁସି ଜଙ୍ଗଲରେ ରେଳ ଧାରଣାକୁ ଉଡ଼ାଇଲେ ମାଓବାଦୀ। ଲୁହାପଥର ବୋଝେଇ ମାଲବାହୀ ଟ୍ରେନର ୩ଟି ଇଞ୍ଜିନ ଏବଂ ୨ଟି ୱାଗନ କ୍ଷତିଗ୍ରସ୍ତ ହୋଇଥିବାର ଖବର ମିଳିଛି। ଜଙ୍ଗଲ ମଧ୍ୟରେ ମାଲବାହୀ ଟ୍ରେନ ଆଗରେ ଲାଗିଛି ମାଓବାଦୀଙ୍କ ବ୍ୟାନର। ଏହାର ପ୍ରଭାବରେ ବଚେଲିରୁ ବିଶାଖାପାଟଣା ମାଲବାହୀ ଟ୍ରେନ ଯିବାବେଳେ ମାଓବାଦୀ ଘଟାଇଛନ୍ତି ଏଭଳି କାଣ୍ଡ। ଏହି ରୁଟରେ ସମସ୍ତ ଟ୍ରେନ […]

ଭୁବନେଶ୍ୱର : ବିଶ୍ୱସଘାତକ ସାଜିଲା ଡ୍ରାଇଭର। ମାଲିକାଣୀଙ୍କ ଅନୁପସ୍ଥିତିର ଫାଇଦା ଉଠାଇ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କାର ହୀରା ଓ ସୁନା ଅଳଙ୍କାର ଲୁଟି ନେଲା। ତେବେ ଅଭିଯୋଗ ହେବା ପ‌ରେ ଛାନ୍‌ଭିନ୍‌ କରି ଖଣ୍ଡଗିରି ପୁଲିସ ଆଜି ତା’କୁ ଗିରଫ କରିଛି। ସେ ହେଲା, କନ୍ଧମାଳ ଜିଲ୍ଲା କୁମ୍ଭାରକୁପା ଗାଁ’ର ସୂରଜ କୁମାର ନାୟକ ଓରଫ ଜନ୍(୩୦)। ପୁଲିସ ତା’ ପାଖରୁ ଚୋରି ହୋଇଥିବା ୩ଟି ହୀରା […]

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୁଇନାଳୀ ଗ୍ରାମର ଅନ୍ତର୍ଦେଶୀୟ କୁଖ୍ୟାତ ଗଞ୍ଜେଇ ମାଫିଆ ଚିତ୍ତ ରଞ୍ଜନ ସାହୁ(୪୧) ଓରଫ ପିଣ୍ଟୁଙ୍କ ଘରେ ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପୁଲିସ ଚଢ଼ାଉ କରିଛି। ଭୋର ୩ ଟାରୁ ତହସିଲଦାର ଡାନିଏଲ ଏକ୍କା ଉପସ୍ଥିତିରେ ଏସଡିପିଓ ଭବାନୀ ଶଙ୍କର ଉଦଗାତା, ଆଇଆଇସି ଧିରେନ୍ଦ୍ର ବେହେରା ସଦଳବଳେ ଚଢ଼ାଉ କରିଥିଲେ। ଚଢ଼ଉରେ ନଗଦ ୨୦ ଲକ୍ଷ ୫୦ ହଜାର ଟଙ୍କା ଜବତ […]

ଭୁବନେଶ୍ୱର : ଚାକିରି ପ୍ରଲୋଭନରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ୍-୪ ମିନାକ୍ଷୀ ଦାସ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଏଜି ଅଫିସର ବରିଷ୍ଠ ଅଡିଟର ସୌମେନ୍ଦ୍ର ନାରାୟଣ ଦାସ ଓରଫ୍ ଟୁଟୁଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୩୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଅଧିକ ବର୍ଷେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ […]

କୋରାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ୩୦୪ କିଲୋ ୪୦୦ ଗ୍ରାମର ଗଞ୍ଜେଇ ଜବତ କରିଛି ପୁଲିସ। ଏକ ବୋଲେରୋରେ କାଠବାକ୍ସରେ ଯନ୍ତ୍ରପାତି ନେବା ଭଳି ୧୧ଟି ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିଲା। ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଲମତାପୁଟ ସଗର ଛକ ନିକଟରେ ଗାଡି ଚେକିଂ […]

ଭୁବନେଶ୍ୱର: ଦେଶର ବିକାଶରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ସେଥିପାଇଁ ମହିଳାଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ରହୁଛି। କିନ୍ତୁ ଦୁର୍ନୀତି କ୍ଷେତ୍ରରେ ମହିଳା କର୍ମଚାରୀମାନେ ମଧ୍ୟ କମ୍‌ ନୁହଁନ୍ତି। ସମନ୍ଵିତ ମହିଳା ଶିଶୁ ବିକାଶ (ଆଇସିଡିଏସ୍‌) ଅଧୀନରେ କାର୍ଯ୍ୟରତ ୮ ଜଣ ମହିଳା କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହା ପୁଣି ମାତ୍ର ୩ ମାସ ଭିତରେ।ସରକାର ପିଲାମାନଙ୍କ ପାଇଁ ଭୋଜନ, ଡ୍ରେସ୍‌, ଖେଳଣା ଆଦି […]

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟସ୍ଥ ବେହେଡା ଠାରେ ଥିବା ତାରିଣୀ ପୀଠରେ ଗତକାଲି ରାତିରେ ବଡଧରଣର ଚୋରି ହେଇଛ। ମିଳିଥିବା ସୂଚନା ଅନୁଯାୟୀ ଚୋରମାନେ ମନ୍ଦିର ପ୍ରାଙ୍ଗଣରେ ଓ ଭିତରେ ଥିବା ୨ଟି ଭକ୍ତଙ୍କ ଦାନ ପେଡ଼ିର ଚାବି ଭାଙ୍ଗି ଟଙ୍କାକୁ ଲୁଟି ମନ୍ଦିରଠୁ ବହୁତ ଦୂରରେ ଖାଲି ଦାନ ପେଡ଼ିକୁ ଫିଙ୍ଗି ଦେଇଥିଲେ। ଏହି ୨ ଟି ଦାନ ପେଡ଼ିରେ ପ୍ରାୟ ଲକ୍ଷାଧିକ ଟଙ୍କା ଥିବା ଅନୁମାନ […]

କଟକ: ବାଦାମବାଡ଼ି ଥାନା ପୁଲିସ ପଞ୍ଝାରେ ନକଲି ଡାକ୍ତର। ଜାଲ୍‌ କାଗଜପତ୍ର ଓ ପରିଚୟ ପତ୍ର ମାଧ୍ୟମରେ ବ୍ୟାଙ୍କକୁ ଠକିଥିବା ନକଲି ଡାକ୍ତର ଶ୍ରୀଧର ରାଉତ ଓରଫ ସିଦ୍ଧାର୍ଥ ସାର୍ଥକଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୁଲିସ। ସେ ନକଲି କାଗଜପତ୍ର ମାଧ୍ୟମରେ ଲକ୍ଷାଧିକ ଟଙ୍କା ଋଣ କରିଥିବା ଜଣାପଡ଼ିଛି। ପୁଲିସ ସୂଚନାଅନୁଯାୟୀ, ସିଦ୍ଧାର୍ଥ ସାର୍ଥକ ନାମକ ଯୁବକ ଜଣକ ଜାଲ କାଗଜପତ୍ର ଦେଇ କଟକ ବଜ୍ରକବାଟି ରୋଡ଼ରେ ଥିବା […]

Social media & sharing icons powered by UltimatelySocial