ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ବସିବାକୁ ଥିବା ଏହି ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବଜେଟକୁ ମୋହର ମିଳିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବିଭିନ୍ନ କ୍ଷେତ୍ର ଲାଗି ୨୫ଟି ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି। ସୂଚନା ଥାଉ କି, ଆସନ୍ତା ୧୮ରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ଗୁରୁବାର ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣ ରହିବ। ଏହାସହ ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆସିବ। ପରଦିନ ୧୯ ଓ ୨୦ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା କରାଯିବ। ଫେବୃଆରୀ ୨୧ରେ ଗୃହକାର୍ଯ୍ୟ ବନ୍ଦ ରହିବ। ତେବେ ୨୨ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ ବଜେଟ୍ ଅଧିବେଶନ।

Share Now:

Kalinga News Beuro

Next Post

ଉତ୍ତରାଖଣ୍ଡ ଗ୍ଲାସିୟର୍‌ ବିପର୍ଯ୍ୟୟ: ୨୦୦ରୁ ଅଧିକ ନିଖୋଜ, ୨୬ ଶବ ଉଦ୍ଧାର

Tue Feb 9 , 2021
ଟନେଲ୍‌ରେ ଫସିଥିବା ୩୯ ଜଣଙ୍କୁ ଉଦ୍ଧାର ପାଇଁ ବିଶାଳ ଅଭିଯାନ ଡେରାଡୁନ: ଉତ୍ତରାଖଣ୍ଡର ଚମୋଲିରେ ଗତକାଲି ଗ୍ଲାସିୟର ଫାଟିବାରୁ ଅଚାନକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଜି ସନ୍ଧ୍ୟା ସୁଦ୍ଧା ୨୬ ଜଣଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନାହିଁ। ନିଖୋଜଙ୍କ ମଧ୍ୟରେ ଏନ୍‌ଟିପିସିର ୧୭୦ ଜଣ ଶ୍ରମିକ କର୍ମଚାରୀ ଅଛନ୍ତି। ଅଳକନନ୍ଦା ଏବଂ ଧଉଳିଗଙ୍ଗା ନଦୀରେ ଆସିଥିବା ବନ୍ୟା ଋଷିଗଙ୍ଗା ଜଳବିଦ୍ୟୁତ […]
ଉତ୍ତରାଖଣ୍ଡ ଗ୍ଲାସିୟର୍‌ ବିପର୍ଯ୍ୟୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial