ଢେଙ୍କାନାଳରେ ହାତୀ ଆତଙ୍କ:ବନବିଭାଗର କାର୍ଯ୍ୟ ଶୂନ

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କାଉଁରିଆପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସତ୍ୟବତୀ ସ୍ୱାଇଁ। ଆଜି ସକାଳୁ ସତ୍ୟବତୀ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଏକ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀଟି ପାଦରେ ଦଳି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଏକ ହାତୀ ଆଖପାଖ ଅଞ୍ଚଳରେ ବୁଲୁଛି। ତା’ ଶରୀରର ପଛ ପାଖରେ କ୍ଷତ ଚିହ୍ନ ରହିଛି। ରେଳଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ସହ ହାତୀଟି ପିଟି ହୋଇ ତା’ ଦେହରେ କ୍ଷେତ ହୋଇଥିବା ବନବିଭାଗ ଅନୁମାନ କରୁଛି। ଗତ ୮ ଦିନ ମଧ୍ୟରେ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ୭ଜଣଙ୍କ ମୃତ୍ୟୁ ହେଲାଣି।

Share Now:

Kalinga News Beuro

Leave a Reply

Next Post

ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ:ପୁଲିସର ତନାଘନା ଆରମ୍ଭ

Sat Apr 21 , 2018
ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତିନଗର ଛକରେ ଥିବା ଏକ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି। ଚୋରମାନେ ବ୍ୟାଙ୍କରେ ପଶିଥିଲେ ସୁଦ୍ଧା କୌଣସି ସାମଗ୍ରୀ କି ଟଙ୍କା ଚୋରି କରିପାରି ନାହାନ୍ତି। ଆଜି ସକାଳେ ଘଟଣା ଜଣାପଡ଼ିବା ପରେ ବୈଦ୍ୟନାଥପୁର ଥାନା ଅଧିକାରୀ ଜେ.କେ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଗଜପତିନଗର ଛକରେ ଥିବା ଏକ କମ୍ପ୍ଲେକ୍ସର ପ୍ରଥମ ମହଲାରେ ଏସ୍‌ବିଆଇର ଖୋଡ଼ାସିଙ୍ଗି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial