ଶୁଖି ଆସୁଥିବା ପୋଖରୀରୁ ମହିଳାଙ୍କ କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ

ପୋଖରୀରୁ ମହିଳାଙ୍କ କଙ୍କାଳ ଉଦ୍ଧାର

ଯାଜପୁର: ଆଜି ସକାଳେ ଯାଜପୁର ସଦର ଥାନା ଅଞ୍ଚଳର ଜାହାନପୁର ପଞ୍ଚାୟତ ଅନ୍ତର୍ଗତ କପିଳେଶ୍ୱର ଗ୍ରାମର ଶୁଖି ଆସୁଥିବା ଏକ ପୋଖରୀରୁ ଜଣେ ମହିଳାଙ୍କ କଙ୍କାଳ ଦିଶୁଥିବା ଗଳିତ ଶବ ଉଦ୍ଧାର ହୋଇଛି। ସ୍ଥାନୀୟ ବାସିନ୍ଦା ରାସ୍ତାକଡ଼ରେ ଥିବା ଉକ୍ତ ପୋଖରୀରେ କଙ୍କାଳଟି ପଡ଼ିଥିବା ଦେଖିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ମହିଳାଙ୍କ କଙ୍କାଳରେ ଓଢ଼ଣିଟିଏ ବନ୍ଧା ହୋଇଛି। ତାଙ୍କର ବୟସ ପ୍ରାୟ ୩୦ କିମ୍ବା ୩୫ ମଧ୍ୟରେ ହେବ ବୋଲି ମନେହେଉଛି। ପ୍ରାୟ ମାସକ ତଳେ କେହି ଉକ୍ତ ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କର ଶବଟିକୁ ଜଳପୂର୍ଣ୍ଣ ପୋଖରୀରେ ଫିଙ୍ଗି ଦେଇଥାଇ ପାରନ୍ତି ବୋଲି ଲୋକେ ଅନୁମାନ କରୁଛନ୍ତି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ଏପ୍ରିଲ ୨୮ରୁ ବିଶ୍ବବିଦ୍ୟାଳୟରେ ପରିଣତ ହେବ ଏମ୍‌ଏସ୍‌ ଲ’ କଲେଜ

Thu Apr 8 , 2021
କଟକ: ମଧୁସୂଦନ ଆଇନ କଲେଜ ଆସନ୍ତା ୨୮ ତାରିଖ ଅର୍ଥାତ ମଧୁ ଜୟନ୍ତୀରୁ ବିଶ୍ବବିଦ୍ୟାଳୟରେ ପରିଣତ ହେବ। ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତ ଜାରି କରାଯାଇଛି। ଗତବର୍ଷ ଜୁନ୍‌ ୧୧ତାରିଖରେ ଏମ୍‌ଏସ୍‌ ଲ’ କଲେଜକୁ ଆଇନ ବିଶ୍ବବିଦ୍ୟାଳୟ କରିବାକୁ ଘୋଷଣା କରାଯାଇଥିଲା। ମାତ୍ର ଏହା ବିଭିନ୍ନ କାରଣ ଯୋଗୁଁ ବିଳମ୍ବ ହୋଇଥିଲା। ତେବେ ଚଳିତମାସ ୨୮ ତାରିଖରେ ଏହାକୁ ବିଧିବଦ୍ଧ ଭାବେ ବିଶ୍ବବିଦ୍ୟାଳୟ ଘୋଷଣା କରାଯିବ। ଏହା ଅଧିନରେ […]
ଏମ୍‌ଏସ୍‌ ଲ’ କଲେଜ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial