ଚୋରା ମଦ ବିକ୍ରି ବେଳେ ଗ୍ରାହକ ସାଜି ମାଡ଼ି ବସିଲା ପୁଲିସ

ଗ୍ରାହକ ସାଜି ମାଡ଼ି ବସିଲା ପୁଲିସ

ଜଣେ ଗିରଫ, ୧୫ ବୋତଲ ମଦ ଜବତ

ଭୁବନେଶ୍ବର: ନୂଆପଲ୍ଲୀ ଡେଲ୍‌ଟା କଲୋନିରେ ଚୋରା ମଦ ବିକ୍ରି କରୁଥିବା ଜଣେ ଯୁବକକୁ ଆଜି ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି, ଲିଙ୍ଗରାଜ ଥାନା ଅଧୀନ ଫୁଲେଶ୍ଵରୀ ବସ୍ତିର ନାରାୟଣ ବିଶୋୟୀ(୩୭)। ମିଳିଥିବା ସୂଚନା ମୁତାବକ, ନାରାୟଣ ଲକ୍‌ଡାଉନ୍‌ର ଫାଇଦା ନେଇ ପୂର୍ବରୁ ଦୋକାନରୁ କିଣି ରଖିଥିବା ମଦକୁ ଚଢ଼ା ଦାମ୍‌ରେ ଚୋରା ବିକ୍ରି କରୁଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୂଆପଲ୍ଲୀ ଥାନାର ଜଣେ ପୁଲିସ୍‌ ଆଜି ଗ୍ରାହକ ଭାବେ ସେଠାରେ ପହଞ୍ଚି ନାରାୟଣକୁ ମଦ ମାଗିଥିଲେ। ନାରାୟଣ ପ୍ରଥମେ କେଉଁ ମଦ, କ’ଣ ବୋଲି ବିଭିନ୍ନ ବାହାନା ଦେଖାଇଥିଲା। ପରେ ସମ୍ପୃକ୍ତ ପୁଲିସ କର୍ମଚାରୀ ଅଧିକ ଟଙ୍କା ଯାଚିବାରୁ ନାରାୟଣ ପାଖରେ ଥିବା ମଦକୁ ବାହାର କରିିଥିଲା। ପୁଲିସ୍ ତାକୁ ଗିରଫ କରିବା ସହ ୧୫ଟି ମଦ ବୋତଲ ଜବତ କରିଥିଲା।

Share Now:

Kalinga News Beuro

Next Post

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ

Mon May 10 , 2021
୧୭ ଜଣଙ୍କ ଜୀବନ ନେଲା କରୋନା ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୬୬୨୩ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୩୪୦୮ଜଣ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୨୪, କଟକରୁ ୭୨୦, ପୁରୀରୁ ୭୦୮, ଅନୁଗୁଳରୁ ୪୫୬, ବରଗଡ଼ରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡ଼ାରୁ ୪୧୮, ଯାଜପୁରରୁ ୩୨୮, ନୂଆପଡାରୁ ୩୧୧, […]
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial