ମାଟ୍ରିକ୍‍ ପାସ୍ କଲେ ଦାନ ମାଝୀଙ୍କ ଝିଅ

ମାଟ୍ରିକ୍‍ ପାସ୍ କଲେ ଦାନ ମାଝୀଙ୍କ ଝିଅ

ସଉରା ସଂପ୍ରଦାୟର‌ ମୋହନ ଚରଣ ରଇତ ସ୍କୁଲ ଟପର୍

ଚନ୍ଦଶେଖରପୁର : ଶୁକ୍ରବାର ପ୍ରକାଶିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି। ଚଳିତବର୍ଷ କିସ୍‌ର ମୋଟ ୧୯୦୦ ଛାତ୍ରଛାତ୍ରୀ ମାଟ୍ରିକ୍‍ ପରୀକ୍ଷା ଦେଇଥିବାବେଳେ ସେଥିରୁ ୬୨୯ ଛାତ୍ରଛାତ୍ରୀ ୭୦ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଡିଡାଇ, ଜୁଆଙ୍ଗ, ଖଡ଼ିଆ, କୁଟିଆ କନ୍ଧ, ଲୋଧା, ଲାଞ୍ଜିଆ ସଉରା ଓ ବଣ୍ଡା ଆଦି ଆଦିମ ଜନଜାତିର ୫୭୩ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ସଉରା ସଂପ୍ରଦାୟର ମୋହନ ଚରଣ ରଇତ ସର୍ବାଧିକ ୫୪୦ ନମ୍ବର ରଖି ସ୍କୁଲ ଟପର ହୋଇଛନ୍ତି। ‌ସେହିପରି ଏଠାରେ ରହି ପାଠ ପଢ଼ୁଥିବା ରାଜ୍ୟର ଚର୍ଚ୍ଚିତ ଚେହେରା ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ ମାଝୀ ମଧ୍ୟ ଏ ବର୍ଷ ମାଟ୍ରିକ୍ ପାସ୍ କରିଛି। ଚାନ୍ଦିନୀ ଓ ତାଙ୍କର ଅନ୍ୟ ଦୁଇ ସାନ ଭଉଣୀ କିସରେ ରହି ପାଠ ପଢୁଛନ୍ତି।
୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ୍ ଅର୍ନ୍ତଗତ ମେଲଘର ଗାଁର ଦାନ ମାଝୀ ନିଜ ପତ୍ନୀଙ୍କ ଶବକୁ ଦୀର୍ଘ ୧୦ କିଲୋମିଟର କାନ୍ଧରେ ବୋହି ଚାଲି ଚାଲି ଆସିବା ଘଟଣା ଚର୍ଚ୍ଚାକୁ ଆସିଥିଲା। ସେତେବେଳେ ଏହି ଘଟଣା କିସ୍‍ ଓ କିଟ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିବା ପରେ ସେ ଦାନଙ୍କ ତିନି ଝିଅଙ୍କୁ କିସ୍‌ରେ ରଖି ପାଠ ପଢ଼ାଇବାର ବନ୍ଦୋବସ୍ତ କରିଥଲେ। ଦାନଙ୍କ ବଡ଼ଝିଅ ଚାନ୍ଦିନୀ ମାଟ୍ରିକ୍‍ ପାସ୍ କରିବା ପରେ କଳାହାଣ୍ଡି ଜିଲ୍ଲା ଜନଜାତି ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଦୁଃସମୟରେ କିସ୍‍ ସାହାଯ୍ୟର ହାତ ବଢାଇବାରୁ ଆଜି ‌ଚାନ୍ଦିନୀ ମାଟ୍ରିକ୍‍ ପାସ୍ କରିପାରିଛି ଏବଂ ଅନ୍ୟ ଦୁଇ ଝିଅ କିସ୍‌ରେ ଭଲରେ ରହି ପାଠ ପଢ଼ି ପାରୁଛନ୍ତି ବୋଲି ସେମାନେ କହିଛନ୍ତି। କିସ୍‍ର ଶତ ପ୍ରତିଶତ ଫଳାଫଳ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିସ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଅଦମ୍ୟ ଉଦ୍ୟମ ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି।

Share Now:

Kalinga News Beuro

Next Post

ଟ୍ରେନ୍‌ରେ ଗାଁକୁ ‌ଗଲେ ରାଷ୍ଟ୍ରପତି

Sat Jun 26 , 2021
ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପତ୍ନୀ ସବିତା କୋବିନ୍ଦ ଶୁକ୍ରବାର ନୂଆଦିଲ୍ଲୀରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଉତ୍ତରପ୍ରଦେଶ କାନପୁରସ୍ଥିତ ନିଜ ଗାଁକୁ ଯାଇଛନ୍ତି। ସେ ଶୁକ୍ରବାର ନୂଆଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନ୍‌ରୁ ‌ଟ୍ରେନ୍‌ ଧରିଥିଲେ। ଦିଲ୍ଲୀରେ ରାଷ୍ଟ୍ରପତି ଟ୍ରେନ ଚଢ଼ିବା ସମୟରେ ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ରେଳ ବୋର୍ଡ ଚେୟାରମ୍ୟାନ ତଥା ସିଇଓ ସୁନୀତ ଶର୍ମା ଉପସ୍ଥିତ ଥିଲେ। ସନ୍ଧ୍ୟାରେ ରାଷ୍ଟ୍ରପତି କାନପୁରରେ ପହଞ୍ଚିଛନ୍ତି। […]
ଗାଁକୁ ‌ଟ୍ରେନ୍‌ରେ ଗଲେ ରାଷ୍ଟ୍ରପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial