ରାଉରକେଲା ଷ୍ଟେସନରୁ ପୁଣି ୫ ଜଣ ନାବାଳକ ଉଦ୍ଧାର

ପୁଣି ୫ ଜଣ ନାବାଳକ ଉଦ୍ଧାର

ରାଉରକେଲା: ରାଉରକେଲା ରେଲୱେ ଷ୍ଟେସନ୍‌ରୁ ଆଜି ପୁଣି ୫ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ସିଭିଲ ଡିଫେନ୍ସ କଂପାନି କମାଣ୍ଡର ଶୁଭେନ୍ଦୁ ପଣ୍ଡାଙ୍କର ନେତୃତ୍ୱରେ ନାବାଳକମାନେ ଦିନ ଗୋଟାଏ ସମୟରେ ଉଦ୍ଧାର ହୋଇଛନ୍ତି। ସେମାନଙ୍କୁ ପଚାରାଯିବାରୁ କିଛି ସଠିକ ଉତ୍ତର ଦେଇପାରିନଥିବା ନାବାଳକ ମାନଙ୍କୁ ରେଲୱେ ପୁଲିସ ଓ ଚାଇଲଡ଼ ଲାଇନ କର୍ମଚାରୀଙ୍କୁ ଡକାଯାଇ ହସ୍ତାନ୍ତର କରାଯାଇଥିଲା। ଏମାନଙ୍କ ବୟସ ୧୭ ବର୍ଷରୁ କମ ଥିବା ଜଣା ପଡିଛି ଓ ସେମାନେ ସବୁ ମୁର୍ଶିଦାବାଦ ଜିଲ୍ଲାର। ଏଥିରେ ସିଭିଲ ଡ଼ିଫେନ୍ସେର ଅଜିତ ପ୍ରସାଦ ଓ ପରୀକ୍ଷିତ ବେହେରା ସହଯୋଗ କରିଥିଲେ। ଅରପିଏଫର ଧନଞ୍ଜୟ କର, ଏନ.ସିଂ ମଧ୍ୟ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, ରାଉରକେଲା ଷ୍ଟେସନରୁ ଚଳିତ ମାସ ୫ ତାରିଖରେ ୩ ଜଣ ଓ ୧୦ ତାରିଖରେ ୨ ଜଣ ନାବାଳକ ଉଦ୍ଧାର ହୋଇଥିଲେ। ଏମାନେ ସମସ୍ତେ ବିହାରର ଥିଲେ। ଗତମାସ ୮ ତାରିଖରେ ରାଉରକେଲା ଷ୍ଟେସନରୁ ଜଣେ ସାବାଳକ ସମେତ ଆଠ ନାବାଳକକୁ ଉଦ୍ଧାର କରିଥିଲା ରେଳବାଇ ପୁଲିସ। ଜଣେ ଦଲାଲ ଏମାନଙ୍କୁ ବିହାରର ଜେସିଡିରୁ ରାଉରକେଲା ସେକ୍ଟର ୧୫ ନେଉଥିଲା। ଘଟଣା ଦିନ ମଧ୍ୟାହ୍ନ ପ୍ରାୟ ୧୨ଟା ରାଜେନ୍ଦ୍ରନଗର-ଦୁର୍ଗ ଏକ୍ସପ୍ରେସ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ଜେନେରାଲ କୋଚରୁ ଆଠ ନାବାଳକ ଓହ୍ଲାଇବା ପରେ ସମସ୍ତଙ୍କୁ ପ୍ଲାଟଫର୍ମରେ କୋଭିଡ ଟେଷ୍ଟ କରାଯାଇଥିଲା। କେଉଁଠିକି ଯାଉଛ ବୋଲି ଯାଞ୍ଚ ଦାୟିତ୍ୱରେ ଥିବା ଶୁଭେନ୍ଦୁ ପଣ୍ଡା ଓ ଅଜିତ ପାତ୍ର ପଚାରି ଥିଲେ। କିନ୍ତୁ ସେମାନେ କିଛି କହି ନ ପାରିବାରୁ ସନ୍ଦେହ ହୋଇଥିଲା। ଏ ସଂକ୍ରାନ୍ତରେ ରେଳବାଇ ପୁଲିସକୁ ଜଣାଇ ଥିଲେ। ପୁଲିସ ସେମାନଙ୍କୁ ଧରି ଚାଇଲଡ ଲାଇନକୁ ହସ୍ତାନ୍ତର କରିଥିଲା।

Share Now:

Kalinga News Beuro

Next Post

୪୨ କିଲୋ ଗଞ୍ଜେଇ ଜବତ : ପିକଅପ ଭ୍ୟାନ ସହ ଜଣେ ଗିରଫ

Thu Jul 29 , 2021
ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ଗଞ୍ଜେଇ ଚାଲାଣ ରୋକିବାରେ ସଫଳତା। ମାଲକାନଗିରି-ଛତିଶଗଡ ସୀମାନ୍ତ ଗ୍ରାମ ଚାଲାଣଗୁଡା ଛକ ନିକଟରେ ପୁଲିସ ଡ୍ୟୁଟି କରୁଥିବା ବେଳେ ଏକ ବୋଲେରୋ ପିକଅପ୍‌ ଭ୍ୟାନକୁ ଅଟକାଇ ଯାଞ୍ଚ ସମୟରେ ସେଥିରେ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲା। ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଜଣାପଡିଥିଲା। ଏହି ପିକଅପ୍‌ ଭ୍ୟାନରେ ୪୨ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଏକ ଜରି ବ୍ୟାଗରେ ଭର୍ତ୍ତି କରି ରଖାଯାଇଥିଲା। […]
୪୨ କିଲୋ ଗଞ୍ଜେଇ ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial