ନିୟମିତ ହେବେ ଗଣଶିକ୍ଷକ

ଭୁବନେଶ୍ୱର : ୨୦୧୬-୧୭ ଆର୍ଥିକ ବର୍ଷରେ ଗଣଶିକ୍ଷକଙ୍କୁ ନିୟମିତ କରିବାକୁ ୨୦୧୬ ଜୁଲାଇ ୨୫ର ସଂକଳ୍ପନାମା ଓ ଡିସେମ୍ବର ୨୨ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ନିୟମିତ କରିବା ପରିବର୍ତେ ଦିନ ଗଡ଼ାଇ ଚାଲିଥିଲେ। ଏପରିକି ଭୁଆଁ ବୁଲାଇଥିଲେ ଗଣଶିକ୍ଷା ବିଭାଗର ଅଧିକାରୀ।

୨୦୧୬-୧୭ରେ ନିୟମିତ କରିବାକୁ କୁହାଯାଇଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷର ସେପ୍ଟେମ୍ବର ୨୫ରୁ ନିୟମିତ କରିବାକୁ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ବିଭାଗର ଏହି କାଳକ୍ଷେପଣ ନୀତି ପ୍ରତିବାଦରେ ଗତ ୧୪ ତାରିଖରେ ଭୁବନେଶ୍ୱରରେ ୨୦ ହଜାର ଗଣଶିକ୍ଷକ ଶକ୍ତି ପ୍ରଦର୍ଶନ କରିଥିଲେ। ବିଧାନସଭା ଘେରିବା ସହ ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିଲେ। ଏନେଇ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସହ ଆଲୋଚନା କରିବା ପରେ ବିଭାଗ ନିଷ୍ପତ୍ତି ବଦଳାଇଛି। ୨୦୧୭ ସେପ୍ଟେମ୍ବର ୨୫ ବଦଳରେ ମାର୍ଚ୍ଚ ୧ରୁ ପିଛିଲା ଭାବେ ନିୟମିତ କରି ଦରମା ଦେବାକୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସପ୍ତମ ବେତନ କିମସନ ଅନୁଯାୟୀ ବକେୟା ଦରମା ପାଇବେ।

ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପରେ ଓଡ଼ିଶା ଗଣଶିକ୍ଷକ ମହାସଂଘ ଆନ୍ଦୋଳନ ସ୍ଥଗିତ ହୋଇଛି। ମହାସଂଘ ସଭାପତି ଶରତ ଚନ୍ଦ୍ର ନାୟକ, ସମ୍ପାଦକ ହାନେଶ ପାତ୍ର ବାଗ୍‌, କାର୍ଯ୍ୟକାରୀ ସଭାପତି ଜୟନ୍ତୀଲାଲ ସାହୁ, ଉପସଭାପତି ବିଶ୍ୱରଞ୍ଜନ ଦାଶ, ମିନତି ମିଶ୍ର, କୋଷାଧ୍ୟକ୍ଷ ବିଜୟ ମିଶ୍ର, ସହ ସମ୍ପାଦକ ପ୍ରଶାନ୍ତ ଖମାରୀ, ସାଙ୍ଗଠନିକ ସମ୍ପାଦକ ରାଜୀବଲୋଚନ ପ୍ରଧାନ, ଗଙ୍ଗାନାରାୟଣ ପାଢ଼ୀ, ଅଲେଖ ସାହୁ ପ୍ରମୁଖ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

Share Now:

Kalinga News Beuro

Leave a Reply

Next Post

କଟକ-ଭୁବନେଶ୍ୱରରେ ବିଛାହେବ ୨୦୦ କିମି ଗ୍ୟାସ୍‌ ପାଇପ୍‌ ଲାଇନ୍‌

Sun Dec 17 , 2017
ରାଜଧାନୀରେ ସିଏନ୍‌ଜି ଷ୍ଟେସନ ଉଦ୍‌ଘାଟିତ ଭୁବନେଶ୍ୱର : ରାଜ୍ୟର ଦୁଇ ପ୍ରମୁଖ ସହର ଭୁବନେଶ୍ୱର ଓ କଟକରେ ୧୦୦ କିମି ଲେଖାଏଁ ଗ୍ୟାସ୍‌ ପାଇପ୍‌ଲାଇନ୍‌ ବିଛାଯିବ। ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଏବଂ ସହରୀ ଗ୍ୟାସ୍‌ ବିତରଣ ପ୍ରକଳ୍ପ ଜରିଆରେ ଦୁଇ ସହରରେ ପାଇପ୍‌ଲାଇନ୍‌ ନିର୍ମାଣ କରାଯିବ। ସହରର କୋଣ ଅନୁକୋଣରେ ଏହି ପାଇପ୍‌ଲାଇନ୍‌ ପହଞ୍ଚିବ। ସେହି ପାଇପ୍‌ ଜରିଆରେ ଲୋକମାନଙ୍କ ଘରେ ଘରେ ଗ୍ୟାସ୍‌ ପହଞ୍ଚିବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial