ଜୁନିୟର ହକି ବିଶ୍ୱକପର ପ୍ରଥମ ମ୍ୟାଚ: ୫-୧ ଗୋଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ବେଲଜିୟମ

ଜୁନିୟର ହକି ବିଶ୍ୱକପ

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଶକ୍ତିଶାଳୀ ବେଲଜିୟମ। ଗତ ସଂସ୍କରଣର ରନର୍ସଅପ ବେଲଜିୟମ ଆରମ୍ଭରୁ ଆଟାକିଙ୍ଗ ଖେଳ ଜାରି ରଖିଥିଲା। ବେଲଜିୟମ ପକ୍ଷରୁ ମ୍ୟାଚର ୭ ମିନିଟରେ ଡି ରୋମାନ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ। ଏହାପରେ ବାରମ୍ବାର ଦକ୍ଷିଣ ଆଫ୍ରିକା ଗୋଲ ପୋଷ୍ଟରେ ଆକ୍ରମଣ କରିଥିଲେ ବେଲଜିୟମର ଖେଳାଳି। ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାନ ଟଣ୍ଡର ଜାକିସ ସମ୍ମାନ ସୂଚକ ଗୋଲ ସ୍କୋର କରିଥିଲେ। ବେଲଜିୟମ ପକ୍ଷରୁ ୨ଟି ପେନଲ୍ଟି କର୍ଣ୍ଣର ଓ ୩ଟି ଫିଲଡ଼ ଗୋଲ ଦିଆଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଗୋଟିଏ ପେନଲ୍ଟି କର୍ଣ୍ଣର ଦିଆଯାଇଥିଲା। ବେଲଜିୟମ ତରଫରୁ ସର୍ବାଧିକ ୨ ଟି ଗୋଲ୍ କରିଛନ୍ତି ଡି ରୋମାନ। ତେବେ ଏହି ବିଶ୍ୱକପରେ ଦର୍ଶକଙ୍କୁ ଅନୁମତି ମିଳି ନାହିଁ। କରୋନାକୁ ଦୃଷ୍ଟିରେ ରଖି ବିନା ଦର୍ଶକରେ ମ୍ୟାଚ ଆୟୋଜନ କରାଯାଉଛି। ଷ୍ଟାଡିୟମକୁ ଯିବାକୁ ଦର୍ଶକଙ୍କୁ ଅନୁମତି ନାହିଁ। ଜୁନିୟର ହକି ବିଶ୍ୱକପ ପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Share Now:

Kalinga News Beuro

Next Post

କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍‌ଷ୍ଟିଚ୍ୟୁଟ୍‌କୁ ୬ ଏକର ଜମି ପାଇଁ କ୍ୟାବିନେଟ୍‌ରେ ଅନୁମୋଦନ

Wed Nov 24 , 2021
ଭୁବନେଶ୍ବର: ୨୦୨୨-୨୩ ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍‌ଷ୍ଟିଚ୍ୟୁଟ୍‌ରେ ପାଠପଢ଼ା ଆରମ୍ଭ ହେବ। ଏହା ପୂର୍ବରୁ ପିଜି ଇନଷ୍ଟିଚ୍ୟୁଟ୍‌ ପାଇଁ ସରକାରଙ୍କ ପକ୍ଷରୁ ୬ ଏକର ଜାଗା ଯୋଗାଇ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଏହି ଜମିକୁ ହସ୍ତାନ୍ତର କରିଛନ୍ତି। ଫଳରେ ସମୁଦାୟ କ୍ୟାପିଟାଲ ହସ୍ପିଟାଲର ମୋଟ ଅଞ୍ଚଳ ୨୭.୨୨୯ ଏକରକୁ ବୃଦ୍ଧି ପାଇଛି। ଜାଗା ହସ୍ତାନ୍ତର ପରେ ହସ୍ପିଟାଲ କର୍ତୃପକ୍ଷ ଜାତୀୟ ମେଡିକାଲ କମିସନ୍ […]
କ୍ୟାପିଟାଲ ହସ୍ପିଟାଲ ପିଜି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial