୨୪ ଘଣ୍ଟାରେ ଭାରତରେ ୧୦,୫୪୯ କୋଭିଡ୍‌-୧୯ ସଂକ୍ରମଣ : ମୃତ୍ୟୁସଂଖ୍ୟା ୪୮୮

୨୪ ଘଣ୍ଟାରେ ଭାରତରେ ୧୦,୫୪୯ କୋଭିଡ୍‌-୧୯ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାରରୁ ଯଥେଷ୍ଟ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୫୦୦ ପାଖାପାଖି ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୦,୫୪୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୮୮ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୫,୫୫,୪୩୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୪୮୮ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌–୧୯ଜନିତ ମୃତ୍ୟୁସଂଖ୍ୟା ୪,୬୭,୪୬୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌–୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୦,୫୪୯ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୩୯,୭୭,୮୩୦। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧,୧୦,୧୩୩। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୨୦,୨୭,୦୩,୬୫୯ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୬୩,୭୧,୦୬,୦୦୯ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୧୧,୮୧,୨୪୬ଟି ନମୁନା।

Share Now:

Kalinga News Beuro

Next Post

ଅନୁପ୍ରବେଶ ଉଦ୍ୟମକୁ ରୋକିଲା ଭାରତୀୟ ସେନା : କଶ୍ମୀରର ଭିମ୍ବର ଗଲିରେ ପାକିସ୍ତାନୀ ଆତଙ୍କବାଦୀ ନିହତ

Fri Nov 26 , 2021
ଜମ୍ମୁ: ଗରୁବାର ରାତିରେ ପୁଞ୍ଚ୍‌ ଅନ୍ତର୍ଗତ ଭିମ୍ବର ଗଲି ଅଞ୍ଚଳରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିବା ବେଳେ ଭାରତୀୟ ସେନାର ଯବାନମାନେ ଜଣେ ଆତଙ୍କବାଦୀକୁ ହତ୍ୟା କରିଛନ୍ତି। ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଖବର ପାଇବାକ୍ଷଣି ସେନାବାହିନୀର ଯବାନମାନେ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିବା ସହ ଉକ୍ତ ଆତଙ୍କବାଦୀକୁ ନିପାତ କରିଥିଲେ। ଘଟଣାସ୍ଥଳରୁ ନିହତ ଆତଙ୍କବାଦୀର ଶବ ଏବଂ ତା’ ପାଖରେ ଥିବା […]
ପାକିସ୍ତାନୀ ଆତଙ୍କବାଦୀ ନିହତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial