ସମ୍ଭାବିତ ବାତ୍ୟା ପାଇଁ ଏସଆରସି ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ସତର୍କ ସୂଚନା ଜାରି

ସମ୍ଭାବିତ ବାତ୍ୟା

ଭୁବନେଶ୍ବର: ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଆସୁଥିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର। ଏସବୁ ଭିତରେ ଏସଆରସି ବିଭିନ୍ନ ଜିଲ୍ଳାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିବା ସହ ବାତ୍ୟା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି। ଜିରୋ କାଜୁଆଲିଟିର ମିଶନ ନେଇ କାମ କରୁଥିବା ରାଜ୍ୟ ସରକାର ବାତ୍ୟା ପୂର୍ବରୁ ପୂରା ସ୍ଥିତି ଉପରେ କଡା ନଜର ରଖିଛନ୍ତି। ତଳିଆ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ସମ୍ଭାବନା ଥିବାରୁ ଏହା ଉପରେ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ପରିପକ୍ୱ ଧାନ ଫସଲର ସମ୍ପୂର୍ଣ୍ଣ ଅମଳ କରି ନିଆଯିବା ସହିତ ଅମଳ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ୩ ତାରିଖ ରାତିରୁ ସମୁଦ୍ର ଭୀଷଣ ଅଶାନ୍ତ ହେବାକୁ ଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ଫେରି ଆସିବାକୁ କୁହାଯାଇଛି। ତେବେ ଦକ୍ଷିଣ ଥାଇଲ୍ୟାଣ୍ଡ ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ ଓ ୩ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ।

Share Now:

Kalinga News Beuro

Next Post

ଭାରତୀୟ ସେନାରେ ସାମିଲ ହେଲା ନୂଆ ଇଜ୍ରାଏଲୀୟ ‘ହେରନ୍‌ ଡ୍ରୋନ୍‌’

Tue Nov 30 , 2021
ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁଁ କିଛି ମାସ ବିଳମ୍ବ ପରେ ଭାରତୀୟ ସେନା ଇଜ୍ରାଏଲ୍‌ ଯୋଗାଇ ଦେଇଥିବା ଅତ୍ୟାଧୁନିକ ‌‘ହେରନ୍‌ ଡ୍ରୋନ୍‌’ (ବଗ‌ ଡ୍ରୋନ୍‌) ଗ୍ରହଣ କରିଛି। ଲଦାଖ ସେକ୍ଟର୍‌ରେ ଚୀନ୍‌ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବା ପାଇଁ ଜରୁରୀକାଳୀନ ଖରିଦ ବ୍ୟବସ୍ଥା ଆଧାରରେ ଉକ୍ତ ଡ୍ରୋନ୍‌ଗୁଡ଼ିକୁ କିଣାଯାଇଥିଲା। ଗଣମାଧ୍ୟମକୁ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀ ସୂତ୍ର କହିଛନ୍ତି, ପୂର୍ବ ଲଦାଖ ସେକ୍ଟର୍‌ରେ ‘ସର୍ଭିଲେନ୍‌ସି’ ଅଭିଯାନ ନିମନ୍ତେ ଦେଶରେ ପହଞ୍ଚିଥିବା ଅତ୍ୟାଧୁନିକ ‘ହେରନ୍‌‌ […]
ଇଜ୍ରାଏଲୀୟ ‘ହେରନ୍‌ ଡ୍ରୋନ୍‌’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial