ଗୋପାଳପୁରଠାରୁ ୪୭୦ କିଲୋମିଟର ଦୂରରେ ଜୱାଦ

ପୁରୀଠୁ ୫୩୦ କିଲୋମିଟର ଦୂରରେ ଜୱାଦ

ଘଣ୍ଟା ପିଛା ୨୨ କିମି ବେଗରେ ସ୍ଥଳଭାଗ ଆଡ଼କୁ ହେଉଛି ଅଗ୍ରସର

ଭୁବନେଶ୍ବର: ବାତ୍ୟା ଜୱାଦ ନେଇ ତାଜା ଅପଡେଟ୍ ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ। ବାତ୍ୟା ଏବେ ସମୁଦ୍ର ଭିତରେ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଗତି କରୁଥିବାବେଳେ ଆସନ୍ତା ୫ ତାରିଖ ବେଳକୁ ଏହା ଉପକୂଳ ଛୁଇଁପାରେ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୀ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରାଯାଉଥିବାବେଳେ, ବାତ୍ୟା ଜୱାଦ ଏବେ ପୁରୀ ଉପକୂଳଠାରୁ ମାତ୍ର ୫୩୦ କିଲୋମିଟର ଦୂରରେ ଅଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ଜୱାଦ ଏବେ ଗୋପାଳପୁରଠାରୁ ୪୭୦ ଓ ପାରାଦୀପଠାରୁ ୬୦୦ କିଲୋମିଟର ଦୂରରେ ରହିଛି। ତେବେ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପବନର ବେଗ ବଢିବା ଆରମ୍ଭ କରିବ। ରାଜ୍ୟର କିଛି ଜିଲ୍ଲାରେ ଏବେ ବର୍ଷା ଆରମ୍ଭ ହୋଇଥିବାବେଳେ, ଯେଉଁ ଯେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ସେନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି ବୋଲି ଏଚ୍ ଆର ବିଶ୍ୱାସ କହିଛନ୍ତି। ତାଙ୍କ କହିବା ମୁତାବକ, ବାତ୍ୟା ସମୟରେ ପବନର ବେଗ ୮୦ରୁ ୯୦ କିଲୋମିଟର ପ୍ରତି ଘଣ୍ଟା ରହିବ। ପବନ ଝଟକା ଏହି ସମୟରେ ଘଣ୍ଟାପ୍ରତି ୧୦୦ କିଲୋମିଟର ରହିବ। ବାତ୍ୟା ପ୍ରଭାବରେ ଖୋର୍ଦ୍ଧା,ନୟାଗଡ, କଟକ, କେନ୍ଦ୍ରାପଡାରେ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତା ସହିତ ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, ଜଗତସିଂହପୁରରେ ମଧ୍ୟ ବର୍ଷା ହେବା ନେଇ ପୂୂର୍ବାନୁମାନ କରାଯାଇଛି। ବାତ୍ୟା କାରଣରୁ ଏବେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି। ରାଜ୍ୟର ସମସ୍ତ ବନ୍ଦରକୁ ମଧ୍ୟ ବିପଦ ସଙ୍କେତ ଜାରି କରାଯାଇଛି।

Share Now:

Kalinga News Beuro

Next Post

ପାକିସ୍ତାନରେ ଶ୍ରୀଲଙ୍କା ନାଗରିକଙ୍କୁ କଲବଲ କରି ହତ୍ୟା

Fri Dec 3 , 2021
ସିଆଲକୋଟ୍ : ଇଷ୍ଟନିନ୍ଦା ଅଭିଯୋଗରେ ପୁଣି ଏକ ଜଘନ୍ୟ କାଣ୍ଡ ଘଟାଇଛନ୍ତି ପାକିସ୍ତାନର କିଛି ଉତ୍ୟକ୍ତ ଜନତା। ପାକିସ୍ତାନରେ କାମ କରୁଥିବା ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ଅତ୍ୟନ୍ତ ନିର୍ମମଭାବେ ପିଟି ପିଟି ହତ୍ୟା କରିବା ପରେ ମୃତଦେହକୁ ଜଳାଇଦେଇଛନ୍ତି। ପାକିସ୍ତାନୀ ଖବରକାଗଜ ଡନରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସିଆଲକୋଟର ଓ୍ବାଜିରାବାଦରେ ଏହି ଘଟଣା ଘଟିଛି। ସେଠାରେ ଥିବା ରାଜକୋ ନାମକ କମ୍ପାନିରେ ମହାପ୍ରବନ୍ଧକ ବା ଜିଏମଭାବେ କାମ କରୁଥିବା […]
ପାକିସ୍ତାନରେ ଭିଡ଼ ହିଂସା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial