ରବିବାର ସକାଳସୁଦ୍ଧା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବାତ୍ୟା ଜୱାଦ୍

ବାତ୍ୟା ଜଓ୍ବାଦ୍-1

ଭୁବନେଶ୍ୱର : ସମୁଦ୍ର ମଧ୍ୟରେ ହିଁ ଦୁର୍ବଳ ହୋଇଯାଇଛି ବାତ୍ୟା ଜୱାଦ। ଆଜି ସଂଧ୍ୟା ସାଢେ ୫ଟା ସୁଦ୍ଧା ଏହା ଦୁର୍ବଳ ହୋଇ ଏକ ଗଭୀର ଅବପାତ ବା ଡିପ୍ ଡିପ୍ରେସନରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଏହା ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ଗତି କରୁଛି। ସଂଧ୍ୟା ସାଢେ ୫ଟା ବେଳେ ଏହା ବିଶାଖାପାଟଣାଠାରୁ ୧୮୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ତଥା ଗୋପାଳପୁରଠାରୁ ୨୬୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ଓ ପୁରୀଠାରୁ ୪୨୦ କିମି ଦକ୍ଷିଣ, ଦକ୍ଷିଣ-ପୂର୍ବ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲା। ଆସନ୍ତା କାଲି ଅର୍ଥାତ ରବିବାର ସକାଳ ସୁଦ୍ଧା ଏହି ଗଭୀର ଅବପାତ ଆହୁରି ଦୁର୍ବଳ ହୋଇ ଏକ ଅବପାତରେ ପରିଣତ ହେବ। ଏହା ଆସନ୍ତା କାଲି ଅର୍ଥାତ ରବିବାର ମଧ୍ୟାହ୍ନ ସୁଦ୍ଧା ପୁରୀ ନିକଟବର୍ତ୍ତୀ ହେବ ଓ ଧୀରେ ଧୀରେ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରିବ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ଏକ ଲଘୁଚାପରେ ପରିଣତ ହୋଇ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମବଙ୍ଗରେ ବି ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

Share Now:

Kalinga News Beuro

Next Post

ସିଏମ୍‌ସି କମିସନର୍‌ଙ୍କୁ ଦାବିପତ୍ର ପରେ କାର୍ଯ୍ୟାନୁଷ୍ଠାନ : ଧରାହେଲେ ୨୨ କୁକୁର

Sat Dec 4 , 2021
କଟକ: ମହାନଗର ନିଗମ ପକ୍ଷରୁ ଦୀର୍ଘ ଦିନ ପରେ ସହରରେ ବୁଲା କୁକୁର ଧରା କାର୍ଯ୍ୟକ୍ରମ ହୋଇଛି। ସହରରେ ବୁଲା କୁକୁର ବଂଶ ବଢି ଚାଲିଥିବା ବେଳେ ସେମାନଙ୍କୁ ଧରିବାକୁ ବାରମ୍ବାର ଦାବି ହୋଇ ଆସୁଥିଲା। କଲେଜଛକ ପୂଜା କମିଟି ପକ୍ଷରୁ ସ୍ଥାନୀୟ ଅଞ୍ଚଳରୁ କୁକୁର ଧରିବାକୁ କମିସନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ପରେ ଆଜି କୁକୁର ଧରା କାମ ଆରମ୍ଭ ହୋଇଛି। ନିଗମ ତରଫରୁ କଲେଜଛକ, ପୋଷ୍ଟ […]
ଧରାହେଲେ ୨୨ କୁକୁର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial