ବାହାଘର ପାଇଁ ଆସିଲା ନୂଆ ଗାଇଡଲାଇନ : କ’ଣ ରହିବ କଟକଣା ?

ବାହାଘରକୁ ନେଇ ନୂଆ କଟକଣା

ଭୁବନେଶ୍ବର: ରାଜ୍ୟରେ କରୋନା ଭାଇରସ୍‌ ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ବଢି ଚାଲିଥିବା ବେଳେ ରାଜ୍ୟ ସରକାର ଆଜି ନୂଆ କରୋନା ଗାଇଡଲାଇନ ଜାରି କରିଛନ୍ତି। ବିଭିନ୍ନ କଟକଣା ସହ ଗାଇଡଲାଇନ ଜାରି କରାଯାଇଛି। ଜୀବନ ସହ ଜୀବିକା ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ନୂଆକରି ଆସିଥିବା ଗାଇଡଲାଇନରେ ବାହାଘରକୁ ନେଇ ନୂଆ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ବାହାଘର ଓ ବ୍ରତଘରରେ ସର୍ବାଧିକ ୧୦୦ ଜଣଙ୍କୁ ଅନୁମତି ଦିଆଯାଇଛି। ସେହିଭଳି ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି ମିଳିଛି। ପୂର୍ବରୁ ବାହାଘରରେ ୨୫୦ ଜଣଙ୍କୁ ଅନୁମତି ମିଳିଥିଲା । ଏହାସହ ବାହାଘର ଶୋଭାଯାତ୍ରାକୁ ନେଇ ମଧ୍ୟ କଟକଣା ଲଗାଇଛନ୍ତି ସରକାର। ବାହାଘର ଶୋଭାଯାତ୍ରାରେ ମାତ୍ର ୩୦ ଜଣଙ୍କୁ ଅନୁମତି ଦେଇଛନ୍ତି ସରକାର। ଏହି ୩୦ ଜଣଙ୍କ ମଧ୍ୟରେ ବରଯାତ୍ରୀ, ବାଜା, ଲାଇଟ ମ୍ୟାନ ରହିବେ । ଏହାଠାରୁ ଅଧିକ ଲୋକଙ୍କୁ ଅନୁମତି ମିଳିବ ନାହିଁ। ସେହିଭଳି ଆବଦ୍ଧ ଗୃହ ମଧ୍ୟରେ ବାହାଘର ହେଉଥିଲେ ଗୃହର କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ମିଳିବ। କିନ୍ତୁ ଏହା ୧୦୦ରୁ ଅଧିକ ହେବନି। ଏହାବାଦ୍ ପୂର୍ବରୁ ବାହାଘର ପାଇଁ ଲାଗିଥିବା କଟକଣା ଜାରି ରହିବ। ଏସବୁ ବାଦ୍ ବାହାଘରର ସବୁ ଉତ୍ସବକୁ ଅନୁମତି ମିଳିବ ନାହିଁ। କେବଳ ବାହାଘର ବ୍ୟତୀତ ରିସେପସନକୁ ଅନୁମତି ମିଳିବ। ଏହାବ୍ୟତୀତ ଅନ୍ୟ କୌଣସି ସମାରୋହ ହୋଇପାରିବନି। ତେବେ ବାହାଘର ସମୟରେ କୋଭିଡ ଗାଇଡଲାଇନକୁ ଯେପରି କଡାକଡି ପାଳନ କରାଯିବ ତାହାର ଦାୟିତ୍ୱ ଆୟୋଜକଙ୍କର ରହିବ।

Share Now:

Kalinga News Beuro

Next Post

ରାଜଧାନୀରେ ଚିନ୍ତା ବଢ଼ାଉଛି କରୋନା : ଦିନକରେ ୧୦ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌

Wed Jan 5 , 2022
ଭୁବନେଶ୍ବର: କରୋନା ସଂକ୍ରମର ପୁଣି ଥରେ ବଢ଼ିବା ଆରମ୍ଭ ହୋଇଯାଇଛି। ରାଜ୍ୟରେ ଆଜି ୧୨୧୬ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୪୫୬ ଜଣ ଅଛନ୍ତି। ରାଜଧାନୀ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଆଜି ଭୁବନେଶ୍ବରରୁ ୩୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିଛି ସ୍ଥାନରେ ବହୁ ସଂଖ୍ୟାରେ ପଜିଟିଭ ଚିହ୍ନଟ ହୋଇଥିବାରୁ ଭୁବନେଶ୍ବର ମହାନଗର ନିଗମ […]
ରାଜଧାନୀରେ ଚିନ୍ତା ବଢ଼ାଉଛି କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial