ଖରାପ ପାଗ ଯୋଗୁଁ ପର୍ବତରେ ପିଟି ହୋଇଯାଇଥିଲା ସିଡିଏସ ରାଓ୍ବତଙ୍କ ହେଲିକପ୍ଟର : ତଦନ୍ତ ରିପୋର୍ଟ

ସିଡିଏସ ରାଓ୍ବତଙ୍କ ହେଲିକପ୍ଟର

ନୂଆଦିଲ୍ଲୀ : ସିଡିଏସ ବିପିନ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣାର ତଦନ୍ତ ରିପୋର୍ଟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ପ୍ରଦାନ କରାଯାଇଛି। ଏହି ରିପୋର୍ଟକୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇନଥିଲେ ବି ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ହଠାତ୍ ମେଘ ଘୋଟିଯିବାରୁ ହେଲିକପ୍ଟରଟି ଏକ ପର୍ବତରେ ପିଟି ହୋଇଯାଇଥିଲା। ଏୟାର ମାର୍ସାଲ ମାନବିନ୍ଦର ସିଂଙ୍କ ନେତୃତ୍ବରେ ଥିବା ତଦନ୍ତ କମିଟି ନିଜ ରିପୋର୍ଟରେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ସବିଶେଷ ଦର୍ଶାଇଛି। ଏହି ତଦନ୍ତକାରୀ ଦଳ ନିଜର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବା ପୂର୍ବରୁ ଏମଆଇ-୧୭ ହେଲିକପ୍ଟର ନିର୍ମାଣ କରୁଥିବା ଋଷିଆ କମ୍ପାନି ସହ ଯୋଗାଯୋଗ କରିଥିଲା। ଏହା ମାଧ୍ୟମରେ ଦୁର୍ଘଟଣାର କାରଣ ସଂପର୍କରେ ଋଷୀୟ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯାଇଥିଲା। ଗତ ୮ ତାରିଖରେ ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ଏମଆଇ-୧୭ ହେଲିକପ୍ଟରରେ ସିଡିଏସ ବିପିନ ରାଓ୍ବତଙ୍କ ସମେତ ମୋଟ ୧୪ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣ ସେହିଦିନ ପ୍ରାଣ ହରାଇଥିବାବେଳେ କେବଳ ଗୃପ କ୍ୟାପଟେନ ବରୁଣ ସିଂ କିଛି ଦିନ ମୃତ୍ୟୁ ସହ ଲଢେଇ କରିବା ପରେ ଡିସେମ୍ବର ୧୫ରେ ମୃତ୍ୟୁବରଣ କରିଥିଲେ। ଏହି ଦୁର୍ଘଟଣା ପରେ ସିଡିଏସ ପଦଟି ହଠାତ ଖାଲି ହୋଇଯାଇଥିଲା।

Share Now:

Kalinga News Beuro

Next Post

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା କୋଭିଡ୍ ମୁକାବିଲା ପ୍ରସ୍ତୁତି ସମୀକ୍ଷା

Thu Jan 6 , 2022
ପୂର୍ଣ୍ଣ ନିଷ୍ଠା ଓ ସହୃଦୟତାର ସହ କୋଭିଡ୍‌ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଭୁବନେଶ୍ୱର: ସମ୍ଭାବ୍ୟ କୋଭିଡ୍ ଲହରର ମୁକାବିଲା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଜିଲ୍ଲା, ପୌରାଞ୍ଚଳ ଏବଂ ହସ୍ପିଟାଲସ୍ତରୀୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍‌ରେ ବିଭିନ୍ନ ଜିଲ୍ଲାପାଳ, ପୌର କମିସନର, ସରକାରୀ ଏବଂ ଘରୋଇ ହସ୍ପିଟାଲଙ୍କ ସହ ସିଧାସଳଖ ଆଲୋଚନା କରି […]
କୋଭିଡ୍ ମୁକାବିଲା ପ୍ରସ୍ତୁତି ସମୀକ୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial