କରୋନା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

କରୋନା ପାଇଁ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସଭା ଅନୁଷ୍ଠିତ ହେଉଛି। ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ, କ୍ୟାବିନେଟ ସଚିବ ରାଜୀବ ଗାବା, ଗୃହ ସଚିବ ଅଜୟ ଭଲ୍ଲା, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଆଇସିଏମଆର ଡିଜି ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି। ଦେଶରେ ଆଜି ୧,୫୯,୬୩୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୨୭ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୨୧.୩% ଅଧିକ ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୫,୨୮,୦୦୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୩୨୭ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୩,୭୯୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୪୦,୮୬୩ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୪୪,୫୩,୬୦୩। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୫,୯୦,୬୧୧। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ସ୍ଥିତିର ସମୀକ୍ଷା ପାଇଁ ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ।

Share Now:

Kalinga News Beuro

Next Post

ରାଜଧାନୀରେ ଏମିତି ଚାଲିଛି କଟକଣା : ସବୁଠି ଲୋକ ମାଳମାଳ ବିଏମ୍‌ସି ଅନ୍ଧ

Sun Jan 9 , 2022
ଭୁବନେଶ୍ବର : କିଛି ଦିନ ହେଲା ଭୁବନେଶ୍ବରରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ତେବେ କରୋନା ଯୋଗୁଁ ଗତ ଦୁଇଥର ପରି ଏଥର ଯେମିତି ଲୋକଙ୍କ ଜୀବିକା ପ୍ରଭାବିତ ନ ହେବ, ସେଥିପ୍ରତି ଗୁରୁତ୍ବ ଦେଇ ସରକାର କଟକଣାକୁ ସୀମିତ ରଖିଛନ୍ତି। ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଭଳି କଠୋର୍‌ ପଦକ୍ଷେପ ପରିବର୍ତ୍ତେ କଣ୍ଟେନମେଣ୍ଟ ଜୋନ୍‌, ନାଇଟ୍‌ କର୍ଫ୍ୟୁ, ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ ହେଲେ ଦୋକାନ ସିଲ୍‌, ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ […]
ସବୁଠି ଲୋକ ମାଳମାଳ ବିଏମ୍‌ସିକୁ ଦିଶୁନି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial