ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ସହର ଠାରୁ ୫ କିଲୋମିଟର ଦୂରରେ ଥିବା ବଙ୍ଗୀୟ ଗ୍ରାମ ୟୁଭି-୬ ବୁର୍ଜା ଗାଁରେ ସୋମବାର ରାତି ତମାମ ମା’ ଓ ଛୁଆ ୨ଟି ଭାଲୁ ପଶିକି ଆତଙ୍କ ଖେଳାଇଥିଲେ। ଗ୍ରାମର ବିଭିନ୍ନ ଲୋକଙ୍କ ବହୁ ଗଛ ପତ୍ର ମଧ୍ୟ ନଷ୍ଟ କରିଦେଇଥିବା ଜଣ। ପଡ଼ିଛି। ତେଣେ ସକାଳେ ଲୋକେ ଭାବିଲେ ଭାଲୁ ବୋଧେ ନିକଟସ୍ଥ ଜଙ୍ଗଲକୁ ପଳାଇଥିବ। ଠିକ୍ ସକାଳେ ଗାଁର ୨ ମହିଳା ଗାଁଦାଣ୍ଡରେ ଭାଲୁ କଥା ହେଉଥିବା ବେଳେ, ୨ଟି ତାଙ୍କ ପଛରେ ଠିଆ ହେଇଥିବା ଦେଖି ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ। ପରେ ଗାଁ ଲୋକ ସମସ୍ତେ ଭାଲୁକୁ ଗୌଡ଼ାଇ ଥିଲେ। ଫଳରେ ମା ଓ ଛୁଆଁ ଭାଲୁ ଗ୍ରାମକୁ ଲାଗିଥିବା ମୃତମ ଜଙ୍ଗଲ ଭିତରକୁ ପଳାଇଥିଲେ। ତେବେ ଭାଲୁ ଗାଁରେ ପଶିବା ନେଇ ବୁର୍ଜା ଗ୍ରାମବାସୀ ଭୟଭୀତ ହେଇପଡ଼ିଛନ୍ତି। ଦୀର୍ଘ ଦିନ ହେଲା ଏହି ଅଞ୍ଚଳରେ ଭାଲୁର ଦୌରାତ୍ମ୍ୟ ବଢିବାରେ ଲାଗିଛି। ସୂଚନାଯୋଗ୍ୟ ୩ ଦିନ ପୂର୍ବରୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଗ୍ରାମରେ ଥିବା ହନୁମାନ ମନ୍ଦିର ଓ ଶିବ ମନ୍ଦିର ପରିସରରେ ମା’ ସହ ଦୁଇ ଛୁଆ ଭାଲୁ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ଦିନ ସନ୍ଧ୍ୟା ନଇଁବା ମାତ୍ରେ ମା ଭାଲୁ ନିଜର ଦୁଇ ଛୁଆକୁ ଧରି ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ଚାଲି ଆସୁଥିବା ଜଣାପଡିଥିଲା। ଗତ ଶୁକ୍ରବାର ରାତିରେ ଏଭଳି ଖାଦ୍ୟ ଅନ୍ୱେଷଣ ପାଇଁ ପ୍ରଥମେ ଗାଁ ଉପକଣ୍ଠରେ ଥିବା ହନୁମାନ ଓ ଶିବ ମନ୍ଦିର ପରିସର ଭିତରକୁ ପ୍ରବେଶ କରୁଥିବାର ଦୃଶ୍ୟକୁ ଗ୍ରାମର କିଛି ଯୁବକ ନିଜ ମୋବାଇଲରେ କଏଦ କରିଥିଲେ। ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିଲା।
ୟୁଭି-୬ ବୁର୍ଜା ଗାଁରେ ଭାଲୁ ଆତଙ୍କ : ଲୋକେ ଭୟଭୀତ
Share Now: