କୋଟିଆର ସର୍ବଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ମମତା ଜାନୀ

ପଞ୍ଚାୟତ ନିର୍ବାଚନ

କୋରାପୁଟ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ। କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ଓ ନେତାଙ୍କ ଭିଡ ଜମୁଛି। ଏସବୁ ଭିତରେ କୋଟିଆର ଜିଲ୍ଲା ପରିଷଦ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ସର୍ବଦଳୀୟ କମିଟିର ନିଷ୍ପତ୍ତି ଅନୁସାରେ କୋଟିଆର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ମମତା ଜାନୀ। ଆଜି ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ସାଙ୍ଗରେ ଥିଲେ ସର୍ବଦଳୀୟ ନେତା ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ଓ କୋରାପୁଟ ବିଧାୟକ ରଘୁରାମ ପୋଡାଲ।

Share Now:

Kalinga News Beuro

Next Post

ଇଣ୍ଡିଆ ଗେଟ୍‌ରେ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି

Fri Jan 21 , 2022
ନୂଆଦିଲ୍ଲୀ: ଇଣ୍ଡିଆ ଗେଟ୍‌ରେ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି। ଆଜି ଏହି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡିଆ ଗେଟ୍‌ରୁ ଅମର ଯବାନ ଜ୍ୟୋତିକୁ ଜାତୀୟ ସମର ସ୍ମାରକୀରେ ବିଲୟ କରିବା ପରେ ସେଠି ରହିବ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି। ଆଜି ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆସନ୍ତା ଦୁଇ ଦିନ ପରେ ଅର୍ଥାତ ଜାନୁଆରୀ ୨୩ରେ ନେତାଜୀଙ୍କ ୧୨୫ତମ ଜୟନ୍ତୀ। ଏହି […]
ଇଣ୍ଡିଆ ଗେଟ୍‌ରେ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial