ସାରା ରାତି ଅନିଦ୍ରା ରହି ପିଲାଙ୍କୁ ଜଗନ୍ତି ବାପା : ନହେଲେ ଥଣ୍ଡାରେ ଚାଲିଯିବ କଅଁଳ ଜୀବନ

ପିଲାଙ୍କୁ ଜଗନ୍ତି ବାପା

ନୂଆଦିଲ୍ଲୀ: ସିରିଆର ସହର ଇଦଲିବକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ଅଞ୍ଚଳ ବୋଲି କୁହାଯାଇଥାଏ। ଏହି ଅଞ୍ଚଳ ବିଦ୍ରୋହୀଙ୍କ ଅଧୀନରେ ଥିବା ବେଳେ ଏଠାରେ କୌଣସି ପରିସ୍ଥିତିରେ ଆକ୍ରମଣ ହେବା ଏକ ସାଧାରଣ କଥା ହୋଇଗଲାଣି। ଏଠାରେ ପ୍ରଚଣ୍ଡ ଥଣ୍ଡା ପଡ଼ିଛି। ଏହି ଥଣ୍ଡା କାରଣରୁ ଏଠାରେ ରହୁଥିବା ଲୋକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ବସର ଅଲ-ଅସଦ ସରକାର ଦ୍ବାରା ବାରମ୍ବାର ଆକ୍ରମଣ ପରେ ନିଜର ଗୃହନଗର ହମାରୁ ବିସ୍ଥାପିତ ହୋଇଥିବା ୟାସିର ବେରି ନାମକ ଜଣେ ବ୍ୟକ୍ତି ଏଭଳି ପରିସ୍ଥିତିକୁ ନେଇ ନିଜ ଦୁଃଖ ଓ କଷ୍ଟକୁ ବଖାଣିଛନ୍ତି। ୟାସିର ବେରି ୭ଜଣ ଶିଶୁଙ୍କ ପିତା। ୟାସିର କହିଛନ୍ତି, ପ୍ରଚଣ୍ଡ ଥଣ୍ଡାରେ ପିଲାମାନଙ୍କୁ ନେଇ ତମ୍ବୁ ତଳେ ରହିବା ବହୁତ କଷ୍ଟ। ଏଭଳି ଥଣ୍ଡାରେ ପିଲାମାନେ ବରଫ ପାଲଟି ମୃତ୍ୟୁମୁଖକୁ ଚାଲି ନଯାଆନ୍ତୁ ସେଥିପାଇଁ ରାତି ଅନିଦ୍ରା ରହି ସେମାନଙ୍କୁ ଜଗି ଯତ୍ନ ନେବାକୁ ହୋଇଥାଏ। ମୋର ପରିବାରରେ ୧୨ଜଣ ସଦସ୍ୟ ରହନ୍ତି। ତମ୍ବୁରେ ଦିନଦିନ କାଟିବାକୁ ପଡ଼ୁଛି। ଉଷୁମ ପାଇଁ କେବଳ ଆମ ପାଖରେ ଗୋଟିଏ ‌ଷ୍ଟୋଭ ରହିଛି। ଖାଇବା ପିଇବା ପାଇଁ ବି ସେମିତି କିଛି ବିଶେଷ ଖାଦ୍ୟ ଆମ ପାଖରେ ନାହିଁ। ଚାକିରି ନଥିବାରୁ ମାସିକ ସହାୟତା ଉପରେ ନର୍ଭର କରିବାକୁ ପଡ଼ୁଛି।

Share Now:

Kalinga News Beuro

Next Post

ଶ୍ରଦ୍ଧାଳୁଙ୍କ ପାଇଁ ଫେବୃଆରୀରୁ ପହିଲାରୁ ‌ଖୋଲିବ ବଡ଼ଦେଉଳ

Fri Jan 28 , 2022
ପୁରୀ: ତିନି ଦିନ ପରେ ପୁଣି ଥରେ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ। ସିଂହଦ୍ବାର ଆଗରେ ପୁଣି ଲୋକାରଣ୍ୟ ଦେଖାଯିବ। ହରିବୋଲ ଓ ହୁଳହୁଳିରେ ଶ୍ରୀମନ୍ଦିର କମ୍ପିବ। ଆସନ୍ତା ଫେବୃଆରୀ ୧ ତାରିଖ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ। ଏନେଇ ଆଜି ଅପରାହ୍ନରେ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ ପୁରୀ ଜିଲ୍ଲାପାଳ ଶ୍ରୀମନ୍ଦିର ଖୋଲିବା‌ ନେଇ ଗଣମାଧ୍ୟମର […]
ଶ୍ରୀମନ୍ଦିର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial