ଇତିହାସ ରଚିଲେ ରାଫେଲ୍ ନାଦାଲ୍ : ୨୧ଟି ଗ୍ରାଣ୍ଡ୍ ସ୍ଲାମ୍ ଜିତିବାର ବିଶ୍ଵର ପ୍ରଥମ ପୁରୁଷ ଖେଳାଳି ହେଲେ ରାଫେଲ୍

ରାଫେଲ୍

ମେଲବର୍ଣ୍ଣ: ସ୍ପେନର ମହାନ ଟେନିସ୍ ଖେଳାଳି ରାଫେଲ୍ ନାଦାଲ୍ ବିଶ୍ଵର ପ୍ରଥମ ପୁରୁଷ ଟେନିସ୍ ଖେଳାଳି ଭାବେ ୨୧ଟି ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ଅଷ୍ଟ୍ରେଲିଆନ୍ ଓପନର ଫାଇନାଲ ମ୍ୟାଚରେ ରୁଷୀୟ ଟେନିସ ଖେଳାଳି ଡାନିଏଲ୍ ମେଦଭେଦବଙ୍କୁ ଏକ ସଂଘର୍ଷମୟ ମୁକାବିଲାରେ ୨-୬, ୬-୭, ୬-୪, ୬-୪, ୬-୪ ସେଟରେ ହରାଇ ଚମ୍ପିଆନ୍ ହୋଇଛନ୍ତି। ଏହା ନାଦାଲଙ୍କ କ୍ୟାରିଅରର ଦ୍ଵିତୀୟ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟେଲ। ଏହି ଟାଇଟେଲ ସହ ନାଦାଲ୍ ଅନ୍ୟ ଦୁଇ ମହାନ ଖେଳାଳି ସ୍ଵିଜରଲ୍ୟାଣ୍ଡର ରୋଜର ଫେଡେରର ଓ ସର୍ବିଆର ନୋଭାକ୍ ଜୋକୋଭିଚଙ୍କୁ ପଛରେ ପକାଇ ଦେଇଛନ୍ତି । ଫେଡେରର୍ ଓ ଜୋକୋଭିଚ୍ ୨୦ଟି ଲେଖାଏଁ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତିଛନ୍ତି। ୨୦୦୯ରେ ନାଦାଲ୍ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଟ୍ରଫି ଜିତିଥିଲେ। ଏହାପରେ ସେ ୪ ଥର ଅଷ୍ଟ୍ରେଲିଆନ୍ ଓପନର ଫାଇନାଲରେ ହାରି ଯାଇଥିଲେ। ନାଦାଲ୍ ରବିବାର ପ୍ରଥମ ଦୁଇଟି ସେଟ୍ ହାରିବା ପରେ ମଧ୍ୟ ଜୋରଦାର ପ୍ରତ୍ୟାବର୍ତ୍ତନ କରି ଅଷ୍ଟ୍ରେଲିଆନ୍ ଓପନକୁ ନିଜ ନାମରେ କରିବାକୁ ସଫଳ ହୋଇଛନ୍ତି।

Share Now:

Kalinga News Beuro

Next Post

କରୋନା ମୁକ୍ତ ହେଲେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର : ରିପୋର୍ଟ ହେଲା ନେଗେଟିଭ

Sun Jan 30 , 2022
ମୁମ୍ବାଇ: କରୋନା ମୁକ୍ତ ହେଲେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର। ରିପୋର୍ଟ ହେଲା ନେଗେଟିଭ। ଜାନୁଆରି ୮ରେ ସେ କରୋନା ଆକ୍ରାନ୍ତ ହୋଇଥିଲେ। ତାଙ୍କର ସ୍ବାବ ନମୁନା ପଜିଟିଭ ଆସିବା ସହ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲକୁ ନିଆଯାଇଥିଲା। କିଛି ଦିନର ଚିକିତ୍ସା ପରେ ଏବେ ସେ କରୋନା ମୁକ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କର ରିପୋର୍ଟ ନେଗେଟିଭ ଆସିଥିବା କହିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ। ସେ ଉଭୟ […]
ସ୍ବରସାମ୍ରାଜ୍ଞୀ ଲତା ମଙ୍ଗେସକର-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial