ଆଉ ନାହାନ୍ତି କିମ୍ବଦନ୍ତୀ ସ୍ପିନର ସେନ ଓ୍ବାର୍ଣ୍ଣ

ସେନ ଓ୍ବାର୍ଣ୍ଣ

ନୂଆଦିଲ୍ଲୀ : ବିଶ୍ବରେ ଯୁଦ୍ଧର ଘଟଘଟା ମଧ୍ୟରେ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି। ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ତଥା କ୍ରିକେଟ ଇତିହାସର ମହାନତମ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ ସେନ ଓ୍ବାର୍ଣ୍ଣଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁହୋଇଥିବା ସଂଦେହ କରାଯାଉଛି। ଥାଇଲାଣ୍ଡ ଗସ୍ତରେ ଥିବାବେଳେ ତାଙ୍କର ପରଲୋକ ହୋଇଥିବା ଜଣାଯାଇଛି। ୧୯୬୯ରେ ଜନ୍ମ ଗ୍ରହଣ କରିଥିବା ସେନ ଓ୍ବାର୍ଣ୍ଣ ଅଷ୍ଟ୍ରେଲିଆ ପାଇଁ ୧୪୫ଟି ଟେଷ୍ଟ, ୧୯୪ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟରେ ୭୦୮ଟି ଓ୍ବିକେଟ ନେବା ସହ ୩୧୫୪ରନ ବି କରିଛନ୍ତି । ୩୭ ଥର ସେ ୫ ଓ୍ବିକେଟ ସଫଳତା ପାଇଛନ୍ତି। ଗୋଟିଏ ଇନିଂସରେ ସେ ୭୧ ରନ ଦେଇ ୮ଟି ଓ୍ବିକେଟ ନେଇଥିଲେ। ସେହିପରି ଦିନିକିଆରେ ସେ ୨୯୩ଟି ଓ୍ବିକେଟ ନେଇଛନ୍ତି ଓ ଥରେ ୫-ଓ୍ବିକେଟ ସଫଳତା ପାଇଛନ୍ତି । ଦିନିକିଆରେ ସେ ୧୦୧୮ ରନ ମଧ୍ୟ କରିଛନ୍ତ। ଭାରତର ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ବି ସେ ନିଜର ଛାପ ଛାଡ଼ିଛନ୍ତି। ୨୦୦୮ରେ ଅନୁଷ୍ଠିତ ପ୍ରଥମ ଆଇପିଏଲରେ ସେ ରାଜସ୍ଥାନ ରୟାଲ୍ସ ଦଳର ଉଭୟ କୋଚ ଓ ଅଧିନାୟକ ଦାୟିତ୍ବ ନିର୍ବାହ କରି ଦଳକୁ ଚାମ୍ପିଅନ କରିଥିଲେ।

Share Now:

Kalinga News Beuro

Next Post

ଆମେ ଚାଁହୁନାହୁଁ ଯୁଦ୍ଧ କହି ଇସ୍ତଫା ଦେଲେ ଋଷ ଟିଭି ଚ୍ୟାନେଲର ସମସ୍ତ କର୍ମଚାରୀ

Fri Mar 4 , 2022
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣକୁ କେବଳ ସମଗ୍ର ବିଶ୍ୱରେ ନୁହେଁ ବରଂ ଋଷରେ ମଧ୍ୟ ବିରୋଧ କରାଯାଉଛି। ଯୁଦ୍ଧ ବିରୋଧରେ ଏଠାରେ ବିରୋଧ ପ୍ରଦର୍ଶନ କରାଯାଉଛି। ଋଷର ଗଣମାଧ୍ୟମରେ ମଧ୍ୟ ବିରୋଧ ରହିଛି କିନ୍ତୁ ସେମାନେ ଋଷ ସପକ୍ଷରେ ଖବର ଦେଖାଇବାକୁ ବାଧ୍ୟ ହେଉଛନ୍ତି। ଏପରି ସ୍ଥଳେ, ଆଜି ଋଷର ଏକ ବେସରକାରୀ ଟେଲିଭିଜନ ଚ୍ୟାନେଲର ସମସ୍ତ କର୍ମଚାରୀ “ଯୁଦ୍ଧ ନାହିଁ” ବାର୍ତ୍ତା ଦେଇ ସମସ୍ତେ ସିଧା ପ୍ରସାରଣରେ […]
ଆମେ ଚାଁହୁନାହୁଁ ଯୁଦ୍ଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial