ନିର୍ବାଚନ ବିଜୟ ଉତ୍ସବରେ କଟକଣା : ବିନା ଅନୁମତିରେ ପାଳନ କରିପାରିବେନି ଉତ୍ସବ

ନିର୍ବାଚନ ବିଜୟ ଉତ୍ସବରେ କଟକଣା

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। କିଛି ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହୋଇସାରିଛନ୍ତି। କିନ୍ତୁ ନିର୍ବାଚନ ଜିିତିଥିଲେ ବି ନିଜ ଇଚ୍ଛା ହିସାବରେ ବିଜୟ ଉତ୍ସବ ପାଳନ କରିପାରିବେ ନାହିଁ। ଏଥି ପାଇଁ କଟକଣା ଲାଗୁ ହୋଇଯାଇଛି। ବିନା ଅନୁମତିରେ ବିଜୟ ଉତ୍ସବ ପାଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଯାଏଁ କେହି ବି ଉତ୍ସବ ପାଳନ ପାଇଁ ଅନୁମତି ମାଗିନାହାନ୍ତି। ସେପଟେ, ଭୋଟ୍ ଗଣତି ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି। ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଯେଉଁ ରୁମରେ ଭୋଟ୍ ଗଣତି ହେଉଛି , ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଯେଉଁମାନେ ସେହି ରୁମକୁ ପ୍ରବେଶ କରୁଛନ୍ତି ତାଙ୍କୁ ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇ ଭିତରକୁ ଛଡାଯାଉଛି। ପାଖାପାଖି ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେଥିରେ ୭ଜଣ ଆଡିସିନାଲ୍ ଡିସିପି ସାମିଲ୍ ଅଛନ୍ତି।

Share Now:

Kalinga News Beuro

Next Post

ପୌର ନିିର୍ବାଚନରେ ବିଜେଡିର ବୃହତ୍‌ ବିଜୟ

Sat Mar 26 , 2022
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ଶାସକ ବିଜୁ ଜନତା ଦଳ (ବିଜେଡି)ର ବଡ଼ ବିଜୟ ହୋଇଛି। ରାଜ୍ୟର ୧୦୫ଟି ପୌର ପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ମଧ୍ୟରୁ ବିଜେଡି ୭୩ଟି ସ୍ଥାନରେ ବିଜୟୀ ହୋଇଛି। ବିଜେପି ୧୬ ଓ କଂଗ୍ରେସର ୭ ଜଣ ପ୍ରାର୍ଥୀ ପୌର ଅଧ୍ୟକ୍ଷ ପଦ ପାଇଁ ବିଜୟୀ ହୋଇଛନ୍ତି। ସେହିଭଳି ୯ ଜଣ ଅନ୍ୟ ଦଳ ଅଥବା ସ୍ୱାଧୀନ […]
ପୌର ନିିର୍ବାଚନରେ ବିଜେଡିର ବୃହତ୍‌ ବିଜୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial