ହକି ବିଶ୍ଵକପ-୨୦୨୩ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ହକି ବିଶ୍ଵକପ-୨୦୨୩

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ହକିି ବିଶ୍ବକପ୍‌ ଲୋଗୋ-୨୦୨୩କୁ ଉନ୍ମୋଚନ କରିଛନ୍ତି। ୨୦୨୩ ଜାନୁଆରି ୧୩ଠାରୁ ୨୯ ପର୍ଯ୍ୟନ୍ତ ବିଶ୍ଵକପ୍‌ ଖେଳାଯିବ। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ବିଶ୍ଵକପ୍‌ର ମ୍ୟାଚଗୁଡ଼ିକ ଖେଳାଯିବ। ସୂଚନାଯୋଗ୍ୟ, ୨୦୧୮ରେ ଭୁବନେଶ୍ବରରେ ସଫଳତାର ସହିତ ବିଶ୍ଵକପ୍‌ ଆୟୋଜିତ କରିବା ପରେ ପୁଣି ୨୦୨୩ରେ ଆୟୋଜିତ କରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥର କିନ୍ତୁ ଉଭୟ କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲା ନୂଆ ଭାବେ ତିଆରି ହେଉଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳା ଯିବ। ଆଶା କରାଯାଉଛି ଅଗଷ୍ଟ ସୁଦ୍ଧା ରାଉରକେଲାରେ ତିଆରି ହେଉଥିବା ଷ୍ଟାଡିୟମ୍ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହେଇଯିବ। ଏହି କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ୫ଟି ସଚିବ ଭିକେ ପାଣ୍ଡିଆନ୍‌, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

୪୪.୨ ଡିଗ୍ରି ସହ ସୋନପୁର ଦେଶର ସର୍ବାଧିକ ଉତ୍ତପ୍ତ ସହର

Thu Apr 14 , 2022
ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ଭୁବନେଶ୍ୱର: ସୋନପୁରରେ ଆଜି ୪୪.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଏହା ଦେଶର ସର୍ବାଧିକ ଉତ୍ତପ୍ତ ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ, ସୋନପୁରରେ ଆଜି ରେକର୍ଡ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ରାଜ୍ୟର ୧୬ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ଥିବା ପାଣିପାଗ […]
ଦେଶର ସର୍ବାଧିକ ଉତ୍ତପ୍ତ ସହର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial