‘ଆମର ଶେଷ ସମୟ ଆସିଯାଇଛି’ : ୟୁକ୍ରେନୀୟ କମାଣ୍ଡରଙ୍କ ଆକୁଳ ନିବେଦନ

'ୟୁକ୍ରେନୀୟ କମାଣ୍ଡର'

କିବ୍ : ୟୁକ୍ରେନ ସହର ମାରିଓପୋଲରେ ଥିବା ୟୁକ୍ରେନୀୟ ସୈନ୍ୟମାନଙ୍କୁ ଆତ୍ମସମର୍ପଣ କରିବାକୁ ରୁଷ ପକ୍ଷରୁ ଦିଆଯାଇଥିବା ସମୟସୀମା ଶେଷ ହୋଇଯାଇଛି। ମାତ୍ର ୟୁକ୍ରେନୀୟ ସୈନ୍ୟମାନେ ଆତ୍ମସମର୍ପଣ କରିବାକୁ ମନା କରିବା ସହ ଜୀବନର ଶେଷ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ମାରିଓପୋଲର ଏକ ଷ୍ଟିଲ ପ୍ଲାଣ୍ଟ ପରିସରରେ ଲୁଚିଥିବା ୟୁକ୍ରେନୀୟ ସୈନ୍ୟମାନେ ଜୀବନର ଅନ୍ତିମ ସଂଗ୍ରାମ ପାଇଁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ରୁଷ ସୈନ୍ୟଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନେ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି। ୟୁକ୍ରେନୀୟ ସୈନ୍ୟ କମାଣ୍ଡର କେରହିଭ ବୋଲିନା କହିଛନ୍ତି ଯେ ସେମାନଙ୍କ ଜୀବନର ଅନ୍ତିମ କିଛି ଦିନ ବାକି ରହିଯାଇଛି। ରୁଷୀୟ ସୈନ୍ୟଙ୍କ ସଂଖ୍ୟା ସେମାନଙ୍କ ତୁଳନାରେ ୧୦ ଗୁଣ ରହିଛି। ଏଣୁ ସେ ସହାୟତା ପାଇଁ ବିଶ୍ବ ସମୁଦାୟକୁ ନିବେଦନ କରିଛନ୍ତି। ରୁଷ ଗଣମାଧ୍ୟମର ଦାବି ଅନୁସାରେ ଉକ୍ତ ଷ୍ଟିଲ ପ୍ଲାଣ୍ଟ ପରିସରରେ ପ୍ରାୟ ୨୫୦୦ ୟୁକ୍ରେନୀୟ ସୈନ୍ୟ ଓ ୪୦୦ ବିଦେଶୀ ସୈନ୍ୟ ଲୁଚି ରହିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ, ସେହି ଷ୍ଟିଲ ପ୍ଲାଣ୍ଟରେ ୧ ହଜାରରୁ ଅଧିକ ସାଧାରଣ ନାଗରିକ ରହିଛନ୍ତି। ରୁଷ ପକ୍ଷରୁ ବାରମ୍ବାର ଆତ୍ମସମର୍ପଣ ପାଇଁ ଆହ୍ବାନ ଦିଆଯାଇଥିଲେ ବି ୟୁକ୍ରେନ ପକ୍ଷରୁ ତାହାକୁ ଅଗ୍ରାହ୍ୟ କରିଦିଆଯାଇଛି। ଏଣୁ କୌଣସି ସମୟରେ ରୁଷ ସେନା ଆଜଭଷ୍ଟାଲ ନାମକ ଉକ୍ତ କାରଖାନା ଉପରେ ଚଢଉ କରିବାର ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

ଦିଲ୍ଲୀରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

Wed Apr 20 , 2022
ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ଜବରଦଖଲ ଉଚ୍ଛେଦ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏନେଇ ଜାହାଙ୍ଗୀରପୁରୀବାସୀ ଅଗ୍ରୀମ ନୋଟିସ ଦିଆଯାଇନଥିବା ନେଇ ଅଭିଯୋଗ କରିଥିଲେ। ଏବେ ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ଉତ୍ତର ଦିଲ୍ଲୀ ମହାନଗର ନିଗମ ପକ୍ଷରୁ କୁହାଯାଇଛି ଯେ, ସରକାରୀ ଜମିରେ ଜବରଦଖଲ ଉଚ୍ଛେଦ କରିବା ପାଇଁ ଅଗ୍ରୀମ ନୋଟିସ ଦେବାର ଆବଶ୍ୟକତା ନାହିଁ। ଏହା ପ୍ରଥମ ନୁହେଁ ୨୦୨୨ରେ ଜାନୁଆରିରୁ ଏପ୍ରିଲ ମଧ୍ୟରେ […]
ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial