ମେ’ ୨ରେ ସୁନ୍ଦରଗଡ଼ରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ସୁନ୍ଦରଗଡ଼ : ମଇ ୨ ତାରିଖରେ (ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନ ଠାରେ ସକାଳ ୯ ଟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଆୟୋଜିତ ହେବ। ଏଥିରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ। ଏହି ଶୁଣାଣି କାର୍ଯ୍ୟକ୍ରମରେ ଜନସାଧାରଣ ଉପସ୍ଥିତ ରହି ସେମାନଙ୍କର ସମସ୍ୟା, ଅଭିଯୋଗ ଆଦି ଉପସ୍ଥାପନ କରିବା ସହିତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ରଖିପାରିବେ। ସେହିପରି ମଇ ୯ ତାରିଖରେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ସମ୍ମିଳନୀ କକ୍ଷରେ ସକାଳ ୯ଟାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଆୟୋଜିତ ହେବ।

Share Now:

Kalinga News Beuro

Next Post

ଆଜି ଶ୍ରମିକ ଦିବସ: ଦୟନୀୟ ଅବସ୍ଥାରେ ଇଟାଭାଟି ଶ୍ରମିକ

Sun May 1 , 2022
ଅନିଶ୍ଚିତ ରୋଜଗାର, ମିଳୁନି ସର୍ବନିମ୍ନ ସୁବିଧା ଭୁବନେଶ୍ବର: ରବିବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ। ପ୍ରତିବର୍ଷ ମେ’୧ରେ ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହୁଏ। ଓଡ଼ିଶାରେ ବି ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସଭା ସମିତିରେ ଅନେକ ଶ୍ରମିକ କଲ୍ୟାଣ ଯୋଜନା ବାବଦରେ ଘୋଷଣା କରାଯାଏ। ହେଲେ ପ୍ରକୃତରେ କେତେ କାର୍ଯ୍ୟକାରୀ ହୁଏ, ତା’ର ତଦାରଖ ହୋଇପାରେନାହିଁ। ଖୋଦ୍‌ ରାଜଧାନୀରେ ହଜା‌ର ହଜାର ଶ୍ରମିକ ଆଜି ବହୁ ମୌଳିକ […]
ଆଜି ଶ୍ରମିକ ଦିବସ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial