ପୁରୀ ଠାରୁ ୫୯୦ କିଲୋମିଟର ଦୂରରେ ସାମୁଦ୍ରିକ ବାତ୍ୟା ‘ଅସାନି’ : ୧୦ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ରହି ପରେ ଦୁର୍ବଳ ହେବ

ସାମୁଦ୍ରିକ ବାତ୍ୟା ‘ଅସାନି’

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ଏବଂ ଏହାର ଆଖପାଖ ଦକ୍ଷିଣ ବଙ୍ଗୋପସାଗର ଉପରେ ରହିଥିବା ଉପରେ ଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ଏବେ ଓଡ଼ିଶାର ଦକ୍ଷିଣରେ ପୁରୀ ଠାରୁ ୫୯୦ କିଲୋମିଟର ଦୂରରେ ରହିଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଥିଲା ଏବଂ ଆଜି, ୯ ମେ, ଅପରାହ୍ନ ୨ଟା ୩୦ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ରହିଥିଲା। ଏହା ପୋର୍ଟବ୍ଲେୟାର ଠାରୁ ପ୍ରାୟ ୮୬୦ କିଲୋମିଟର, ଆନ୍ଦ୍ରପ୍ରଦେଶର ବିଶାଖାପାଟନମ୍‌ର ଦକ୍ଷିଣ-ପୂର୍ବରେ ୪୧୦ କିଲୋମିଟର ଏବଂ ଓଡ଼ିଶାର ପୁରୀ ଠାରୁ ଦକ୍ଷିଣରେ ୫୯୦ କିଲୋମିଟର ଦୂରରେ ରହିଥିବା ଭାରତୀୟ ପାଣିପାଗ ବିଭାଗର ୧୫ ନମ୍ବର ବୁଲେଟିନରୁ ଜଣାପଡ଼ିଛି। ଏହା ମେ ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ପରେ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ପୁନଃ ବକ୍ର (କର୍ଭ) କରି ଓଡ଼ିଶା ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡକୁ ଯିବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଦୁର୍ବଳ ହୋଇ ଯିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ବରାଦି ଖାଦ୍ୟରୁ ମିଳିଲା ସାପ କାତି : ତଦନ୍ତ ପ‌ରେ ବନ୍ଦ ହେଲା ରେସ୍ତୋରାଁ

Mon May 9 , 2022
ତିରୁବନନ୍ତପୁରମ୍: ଅନେକ ସମୟରେ ରେସ୍ତୋରାଁରେ ଖାଉଥିବା ଖାଦ୍ୟ ବା ଅର୍ଡର କରି ଖାଉଥିବା ଖାଦ୍ୟରୁ ଅସରପା, ମୂଷା ବା କେଶ ବାହାରିବାର ଖବର ଆପଣ ପଢ଼ିଥିଲେ। ହେଲେ କେରଳରେ ଏକ ରେସ୍ତୋରାଁ ଡେଲିଭର କରିଥିବା ଖାଦ୍ୟରୁ ସାପ କାତି ବାହାରିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି ଅଜବ ଘଟଣା ଘଟିବା ପରେ ସାପ କାତି ଥିବା ଖାଦ୍ୟ ପାଇଥିବା ମହିଳା ଅଭଯୋଗ କରିବାରୁ ତଦନ୍ତ କରାଯାଇ ରେସ୍ତୋରାଁକୁ […]
ଖାଦ୍ୟରୁ ମିଳିଲା ସାପ କାତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial