ଜାମିନ ପରେ ବି ଜେଲରୁ ବାହାରିପାରିବେନି ଆଜମ ଖାନ

ଜେଲରୁ ବାହାରିପାରିବେନି ଆଜମ ଖାନ

ଲଖନଉ: ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୱାକଫ ବୋର୍ଡର ସମ୍ପତ୍ତିକୁ ତାଙ୍କ ବିଶ୍ୱବିଦ୍ୟାଳୟକୁ ଭୁଲ ଢଙ୍ଗରେ ସ୍ଥାନାନ୍ତର ମାମଲାରେ ଖାନଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ରାହୁଲ ଚତୁର୍ବେଦୀଙ୍କ ଖଣ୍ଡପୀଠ ଜାମିନ ଦେଇଛନ୍ତି। ତେବେ ଜାମିନ ପାଇବା ସତ୍ତ୍ୱେ ଆଜମ ଖାନ ଜେଲରୁ ମୁକୁଳି ପାରିବେ ନାହିଁ। ୩ ଦିନ ପୂର୍ବରୁ ଏକ ନୂତନ ମାମଲା ପଞ୍ଜିକରଣ ହେତୁ ଆଜମ ଖାନ ଜେଲରୁ ବାହାରି ପାରିବେ ନାହିଁ। ନକଲି ଦଲିଲ ସାହାଯ୍ୟରେ ୩ଟି ବିଦ୍ୟାଳୟର ମାନ୍ୟତା ପାଇବା ପାଇଁ ଚେଷ୍ଟା କରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଛି। ରାମପୁରରେ ଆଜମ ଖାନଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିବାବେଳେ ଏହି ମାମଲା ପାଇଁ ୱାରେଣ୍ଟ ମଧ୍ୟ ସୀତାପୁର ଜେଲରେ ଅନ୍ତର୍ଭୁକ୍ତ କରାଯାଇଛି। ସୂଚନା ଥାଉ କି ଅଗଷ୍ଟ ୨୦୧୯ ରେ ସାମ୍ବାଦିକ ଆଲାମା ଜାମିର ନାକଭି ୱାକଫ ବୋର୍ଡର ସମ୍ପତ୍ତିକୁ ଆଜମ ତାଙ୍କ ବିଶ୍ୱବିଦ୍ୟାଳୟକୁ ଭୁଲ ଢଙ୍ଗରେ ସ୍ଥାନାନ୍ତର ନେଇ ମାମଲା ଦାୟର କରିଥିଲେ। ପରେ ଏହି ମାମଲା ରାମପୁରର ଅଜିମ ନଗର ପୁଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଥିଲା। ଆଜମ ଖାନଙ୍କ ବିରୋଧରେ ଏପର୍ଯ୍ୟନ୍ତ ୮୮ଟି ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ୮୬ଟି ମାମଲାରେ ସେ ବିଭିନ୍ନ କୋର୍ଟରୁ ଜାମିନ ପାଇଥିଲେ। ଆଜିର ମାମଲାକୁ ଅନ୍ତର୍ଭୁକ୍ତ କରି ଆଜାମ ଖାନଙ୍କୁ ୮୭ଟି ମାମଲାରେ ଜାମିନ ପ୍ରଦାନ କରାଯାଇଛି। ତେବେ ତିନିଦିନ ତଳେ ଦାଖଲ ହୋଇଥିବା ଆଉ ଏକ ମାମଲା ପାଇଁ ସେ ଏବେ ଜେଲରେ ହିଁ ରହିବେ।

Share Now:

Kalinga News Beuro

Next Post

ଏମିତି ଭିକାରିମୁକ୍ତ ଆମ ରାଜଧାନୀ : ଏବେ ବି ରାସ୍ତାକଡ଼ରେ ୭ ଶହରୁ ଅଧିକ

Tue May 10 , 2022
ଭୁବନେଶ୍ବର: ରାଜଧାନୀକୁ ଭିକାରିମୁକ୍ତ କରିବାକୁ ସରକାର ଓ ବିଏମ୍‌ସି ପ୍ରଶାସନ ନିରନ୍ତର ପ୍ରୟାସ କରୁଛି ବୋଲି ଡିଣ୍ଡିମ ପିଟୁଛି। ଏବାବଦରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି ବୋଲି ପ୍ରଚାର କରାଯାଉଛି। କିନ୍ତୁ ବାସ୍ତବ ଚିତ୍ର ପୂରା ଭିନ୍ନ। ଏବେ ବି ରାଜଧାନୀର ବିଭିନ୍ନ ଅଞ୍ଚଳରେ ମାଳମାଳ ଭିକାରି ବୁଲୁଛନ୍ତି। ପ୍ରାୟ ୭ ଶହରୁ ଅଧିକ ଭିକାରି ରାଜଧାନୀର ବିଭିନ୍ନ ମାର୍କେଟ୍‌ ଅଞ୍ଚଳରେ ହାତ ପାତୁଥିବା ଦେଖିବାକୁ ମିଳିଛି ବୋଲି […]
ଏମିତି ଭିକାରିମୁକ୍ତ ଆମ ରାଜଧାନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial