ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସାଂଘାତିକ ଅଭିଯୋଗ

ପ୍ରଦୀପ ପୁରୋହିତଙ୍କ ସାଂଘାତିକ ଅଭିଯୋଗ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛି ବିଜେଡି। ରେଜଲ୍ଟକୁ ନେଇ ଅନେକ ନେତା, ମନ୍ତ୍ରୀ ପ୍ରତିକ୍ରିୟା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ସେ କହିଛନ୍ତି, ‘ବ୍ରଜରାଜନଗର ଉପନିର୍ବାଚଳ ଫଳାଫଳ ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ମୋତେ ଲାଗୁଛି ବିଜେପି ଭିତରେ କିଛି ଅନ୍ତର୍ଘାତୀ କାର୍ଯ୍ୟ ହୋଇଛି। ବିଜେପି ନେତାମାନେ ଆତ୍ମଘାତୀ କରିଛନ୍ତି, ସେଥିପାଇଁ ଭୋଟ୍ କମିଛି ।’ ଏହି ଅନ୍ତର୍ଘାତୀ କାମର ସମୀକ୍ଷା ହେବା ଦରକାର। ବ୍ରଜରାଜନଗରରେ ସରକାରୀ କଳର ଅପବ୍ୟବହାର ହୋଇଛି ବୋଲି ପ୍ରଦୀପ କହିଛନ୍ତି। କଂଗ୍ରେସକୁ ବିଜେଡି ଫଣ୍ଡିଂ କରିଥିବା ପ୍ରଦୀପ ଅଭିଯୋଗ କରିଛନ୍ତି।
ତେବେ ବ୍ରଜରାଜନଗର ଉପନିର୍ବାଚନରେ ସ୍ୱାମୀ ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ଠାରୁ ବହୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। ବ୍ରଜରାଜନଗର ମଇଦାନରେ ବହୁ ପଛରେ ପଡିଯାଇଛି ବିରୋଧୀ। ପ୍ରଥମ ରାଉଣ୍ଡ ଗଣନା ଆରମ୍ଭରୁ ବିଜେଡିର ଦବଦବା ଦେଖିବାକୁ ମିଳିଥିଲା, ଶେଷ ରାଉଣ୍ଡ ପର୍ଯ୍ୟନ୍ତ ତାହା ଜାରି ରହିଥିଲା। ବ୍ରଜରାଜନଗର ନିର୍ବାଚନ ଇତିହାସରେ ରେକର୍ଡ ଭୋଟ ବ୍ୟବଧାନରେ ବାଜି ମାରି ନେଇଥିଲେ ଅଳକା ମହାନ୍ତି। ବିଜେଡିର ଅନୁକମ୍ପା କାର୍ଡ ଆଗରେ ଫିକା ପଡିଯାଇଥିଲା ବିରୋଧୀ ଦଳର ରଣନୀତି। ଅଳକା ୯୩ ହଜାର ୯୫୩ ଭୋଟ ପାଇଥିବା ବେଳେ କଂଗ୍ରେସର କିଶୋର ମହାନ୍ତିଙ୍କୁ ମିଳିଛି ୨୭ ହଜାର ୮୩୧ ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ମିଳିଛି ୨୨ ହଜାର ୬୩୦ ଭୋଟ।

Share Now:

Kalinga News Beuro

Next Post

ବିଏସ୍‌ସିଏଲ୍‌ର ସାଇକେଲ ଚାଳନା ପ୍ରୋତ୍ସାହନକୁ ଫୁ’: ସାଇକେଲ୍‌ ଟ୍ରାକ୍‌କୁ ନିଲାମ କରିଛି ବିଏମ୍‌ସି

Sat Jun 4 , 2022
ଭୁବନେଶ୍ବର: ସାଇକେଲ୍‌ ଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ‘ମୋ ସାଇକେଲ୍‌’ ବ୍ୟବସ୍ଥା ଜରିଆରେ ବିଏସ୍‌ସିଏଲ୍‌ ଉଦ୍ୟମ କରୁଛି। ୧୨୦ ଷ୍ଟାଣ୍ଡ୍‌ରେ ୨ ହଜାର ‘ମୋ ସାଇକେଲ୍‌’ ଛିଡ଼ା ହୋଇଛି। ବାଧା ରହିତ ସାଇକେଲ୍‌ ଚାଳନା ପାଇଁ ପୂର୍ତ୍ତ ବିଭାଗ ୩୦ କିଲୋମିଟରରୁ ଊର୍ଦ୍ଧ୍ବ ଲମ୍ବା ଟ୍ରାକ୍‌ ତିଆରି କରିଛି। ହେଲେ ସେଥିରୁ ୫କିଲୋମିଟର ଟ୍ରାକ୍‌ ବି ଫାଙ୍କା ନାହିଁ। ଅଧିକାଂଶ ସାଇକେଲ୍‌ ଟ୍ରାକ୍‌କୁ ପାର୍କିଂ ପାଇଁ ନିଲାମ କରି ଦେଇଛି […]
ସାଇକେଲ୍‌ ଟ୍ରାକ୍‌କୁ ନିଲାମ କରିଛି ବିଏମ୍‌ସି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial