ଅପରେଶନ ଅଲ୍‌ଆଉଟ୍:ସେନା ନେବ ପ୍ରତିଶୋଧ

ନୂଆଦିଲ୍ଲୀ: ବହୁତ ହୋଇଗଲା। ଏଣିକି ଆଉ ନୁହେଁ। ସୀମାରେ ଉତ୍ପାତ କରୁଥିବା ଆତଙ୍କବାଦୀଙ୍କ ଆଖିରୁ ନିଦ ହଜାଇବାକୁ ପ୍ରସ୍ତୁତ ହେଉଛି ସେନା। ଜାମ୍ମୁ-କାଶ୍ମୀର ସୀମାନ୍ତରେ ଶାନ୍ତି ଫେରାଇ ଆଣିବାକୁ ପୁଣିଥରେ ଆରମ୍ଭ ହେବ ଅପରେଶନ ଅଲଆଉଟ୍। ଏ ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ।

ରାଜନାଥ କହିଛନ୍ତି ଯେ, ପବିତ୍ର ରମ୍‌ଜାନ ମାସ ପାଇଁ ଯୁଦ୍ଧ ବିରାମ ଘୋଷଣା କରାଯାଇଥିଲା। ରକ୍ତପାତ ନ ହେବା ପାଇଁ ଆତଙ୍କବାଦୀଙ୍କ ବିରୋଧରେ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। କିନ୍ତୁ ଏବେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପୁଣିଥରେ ସେନାକୁ ସ୍ୱତନ୍ତ୍ର କରିଦିଆଯାଇଛି। ଏ ନେଇ ଟ୍ୱିଟ୍‌ ଯୋଗେ ଜଣାଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ।

ଯୁଦ୍ଧ ବିରାମର ଫାଇଦା ନେଇ ଆତଙ୍କବାଦୀମାନେ ଅନେକ ବର୍ବରୋଚିତ କାଣ୍ଡ ଘଟାଇଛନ୍ତି। ପ୍ରତିଷ୍ଠିତ ସମ୍ବାଦିକ ସୁଜାତ ବୁଖାରୀ ଓ ଯବାନ ଔରଙ୍ଗଜେବ୍‌ଙ୍କୁ ହତ୍ୟା କରିଛନ୍ତି। ଏଥର କିନ୍ତୁ ଆଉ ନୁହେଁ। ଯେସାକୁ ତେସା ବିଚାରରେ ପୁଣିଥରେ ଅପରେଶନ ଅଲ୍‌ଆଉଟ୍‌ ଆରମ୍ଭ କରିବାକୁ ଯାଉଛନ୍ତି ଭାରତ ସରକାର।

Share Now:

Kalinga News Beuro

Leave a Reply

Next Post

ଆଜି ପିତୃ ଦିବସ: ପୁଅ ଥାଇ ବାପା ଅନାଥ

Sun Jun 17 , 2018
ଭୁବନେଶ୍ୱର: ପୁଅ ଜନ୍ମ ହେବା ପରେ ଗର୍ବରେ ତାଙ୍କ ଛାତି କୁଣ୍ଢେମୋଟ ହେଇଯାଇଥିଲା। ସେଇ ଖୁସିରେ ଘରଘର ବୁଲି ମିଠା ବାଣ୍ଟିଥିଲେ। କହିବା ଆଗରୁ ଖେଳଣା ଆଣି ହାତରେ ଧରେଇ ଦେଇଥିଲେ। ମୂଲ ଲାଗି ସବୁ ଅଳି ଅର୍ଦଳି ପୂରଣ କଲେ। ଅଥଚ ଯୋଉ ପୁଅ ପାଇଁ ସେ ଏତେ କରିଥିଲେ ସେହି ପୁଅ ତାଙ୍କୁ ପରିଣତ ବୟସରେ ରାସ୍ତାକଡ଼ରେ ଫୋପାଡ଼ି ଦେଲା। ୭୮ ବର୍ଷ ବୟସରେ ଉଗ୍ରସେନ ସାହୁଙ୍କୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial