ବଣ୍ଡାଘାଟିରେ ହିଂସା : ୮ଗାଡ଼ି ଜାଳିଦେଲେ ମାଓବାଦୀ

ମାଲକାନଗିରି : ମାଲକାନଗିରିରେ ଗତ କିଛି ଦିନ ହେଲା ବଢ଼ିବାରେ ଲାଗିଛି ନକ୍ସଲ ହିଂସା। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପରେ ଖଇରପୁଟ ବ୍ଲକର ବଣ୍ଡାଘାଟିକୁ ଟାର୍ଗେଟ୍‌ କରିଛନ୍ତି ନକ୍ସଲ। ଗତକାଲି ରାତିରେ ପ୍ରାୟ ୫୦ ସଶସ୍ତ୍ର ନକ୍ସଲ ଏଠାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ୮ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି।

ଖଇରପୁଟ ବ୍ଲକର ବଣ୍ଡା ଘାଟିର ମୁଦୁଲିପଡା ଠାରୁ ଅଣ୍ଡ୍ରାହାଲ ପର୍ଯ୍ୟନ୍ତ ପ୍ରାୟ ୧୪ କିଲୋମିଟର ପକ୍କା ରାସ୍ତା ନିର୍ମାଣ କରାଯାଉଛି। ମୁଦୁଲିପଡା-ଅଣ୍ଡ୍ରାହାଲ ରାସ୍ତାରେ ଠିକାଦାର ଜଣକ କ୍ୟାମ୍ପ କରି ନିଜର ସମସ୍ତ ଗାଡି ସେଠାରେ ରଖିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳେ ଦୁଇ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ମଟର ସାଇକଲରେ କ୍ୟାମ୍ପ ନିକଟକୁ ଆସି ଟର୍ଚ୍ଚ ମାରି ସ୍ଥିତି ଦେଖିଥିଲେ। ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକମାନେ ଏହାକୁ ଗୁରୁତ୍ୱ ଦେଇ ନଥିଲେ। ପରେ ରାତି ପ୍ରାୟ ୧୨ଟା ବେଳେ ୫୦ରୁ ଊର୍ଧ୍ୱ ସଶସ୍ତ୍ର ନକ୍ସଲ କ୍ୟାମ୍ପରେ ପହଞ୍ଚିଥିଲେ। ତମ୍ବୁ ପକାଇ ଶ୍ରମିକମାନେ ଶୋଇଥିବା ବେଳେ ତମ୍ବୁକୁ କାଟିଦେଇ ଶୋଇଥିବା ଶ୍ରମିକମାନଙ୍କୁ ଉଠାଇଥିଲେ। ଠିକା କ୍ୟାମ୍ପରେ କିରାସିନି ଅଛି କି ବୋଲି ପଚାରି ବୁଝିଥିଲେ। ଗତକାଲି ହିଁ ଠିକାଦାର ଜଣକ ଡିଜେଲ ଆଣି କ୍ୟାମ୍ପରେ ରଖିଥିଲେ। ପରେ କ୍ୟାମ୍ପରେ ମହଜୁଦ ଥିବା ୩ଶହ ଲିଟର ଡିଜେଲକୁ ନେଇ ଗାଡ଼ି ଗୁଡ଼ିକ ଉପରେ ଢାଳି ନିଆଁ ଲଗାଇ ଦେଇଥିଲେ। ଏହି ସମୟରେ ଶ୍ରମିକମାନଙ୍କ ମୋବାଇଲ୍‌ ଫୋନ୍‌ଗୁଡ଼ିକୁ ନକ୍ସଲ ଛଡ଼ାଇ ନେଇ ଗାଡ଼ି ସବୁ ଜଳିଯିବା ପରେ ଫେରାଇଥିଲେ। ତିନି ଦିନ ମଧ୍ୟରେ ଏହି ଜାଗା ଖାଲି ନକଲେ ପରିଣାମ ଭୟଙ୍କର ହେବ ବୋଲି ନକ୍ସଲ ଚେତାବନୀ ଦେଇଥିଲେ।

Share Now:

Kalinga News Beuro

Leave a Reply

Next Post

କଟକରେ ମାରାଥନ୍‌ ରେଡ୍‌ ପରେ ଆସିଲା ସାଂଘାତିକ୍‌ ସତ

Tue Dec 19 , 2017
କଟକ: କଟକ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଯୋଗାଣ ବିଭାଗ ଓ ଓଜନ-ମାପ ବିଭାଗର ମିଳିତ ଚଢାଉ।  କେତେକ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ଓ କମ୍ ପରିମାଣର ତେଲ ବିକ୍ରି କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା।  ଚଢାଉ ବେଳେ ସିଡିଏର ଏକ ପେଟ୍ରୋଲ ପମ୍ପର ୨ଟି ପମ୍ପକୁ ସିଲ୍ କରାଯିବା ସହ ୪୦ ଲିଟର ଖୋଲା ପେଟ୍ରୋଲ୍ ଜବତ ହୋଇଛି । ଆଗକୁ କଟକ ଜିଲାର ବିଭିନ୍ନ ଅଂଚଳରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial