ଜବଲପୁର ଡାକ୍ତରଖାନା ଅଗ୍ନିକାଣ୍ଡ : ୪ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ

ଜବଲପୁର ଡାକ୍ତରଖାନା ଅଗ୍ନିକାଣ୍ଡ

ଭୋପାଳ : ମଧ୍ୟପ୍ରଦେଶର ଜବଲପୁରରେ ସୋମବାରଦିନ ହୋଇଥିବା ହସପିଟାଲ ଅଗ୍ନିକାଣ୍ଡ ମାମଲାରେ ୪ ଜଣ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ଏହି ୪ ଜଣ ଡାକ୍ତର ଉକ୍ତ ହସପିଟାଲର ମାଲିକ ବୋଲି ମଧ୍ୟ ଜଣାପଡ଼ିଛି। ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୦୪ ଓ ୩୦୮ (କୌଣସି ଉଦ୍ଦେଶ୍ୟ ନ ରଖି ହତ୍ୟା ଉଦ୍ୟମ କରିବା) ଅନୁସାରେ ମାମଲା ରୁଜୁ କରାଯାଇଛି। ମାତ୍ର ସୋମବାରଦିନଠାରୁ ଏହି ଡାକ୍ତରମାନେ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି। ତେବେ ହସପିଟାଲର ଫାୟାର ଏନଓସି ନଥିଲା ବୋଲି ଜଣାପଡ଼ିଛି। ଫଳରେ ହସପିଟାଲ ପରିଚାଳନାର ଏକ ବଡ଼ ଅବହେଳା ଜଣାପଡ଼ିଛି। ଗତ ସୋମବାର ଅପରାହ୍ଣରେ ଜବଲପୁର ଜିଲ୍ଲାର ଗୋହାଲପୁର ଥାନା ଅଂଚଳରେ ଆସୁଥିବା ନ୍ୟୁଲାଇଫ୍ ମଲଟିସ୍ପେଶିଆଲିଟି ହସପିଟାଲରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ସମଗ୍ର ହସପିଟାଲକୁ ବ୍ୟାପିଯାଇଥିଲା। ଏହି ଘଟଣାରେ ୮ ଜଣ ମୃତ୍ୟୁବରଣ କରିଥିଲେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ମୃତବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଲେଖାଏ୍ଁ ପ୍ରଦାନ କରିବେ। ପୁଣି ସରକାର ଆହତଙ୍କ ଚିକିତ୍ସା ବ୍ୟୟ ବହନ କରିବେ ବୋଲି ସେ ଘୋଷଣା କରିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ୨୦ହଜାର କୋଟିର ଜମି ଜବରଦଖଲ

Tue Aug 2 , 2022
୮ ବର୍ଷରେ ଜବରଦଖଲ ମୁକ୍ତ ହୋଇଛି ୨୫୦୦ କୋଟି ଟଙ୍କାର ଜମି ଭୁବନେଶ୍ବର: ବିଏମ୍‌ସି ଅଞ୍ଚଳରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ୨୪,୯୯୦ ଏକର ଜମି ଅଛି। ଏଥିରୁ ପ୍ରାୟ ୧୦,୨୫୦ଏକର ଜମି ଭୂଲେଖ ଡାଟାବେସ୍‌ରେ ବିଭାଗ ନାଁରେ ଅଛି। ସରକାରଙ୍କ ୧୮୬୦ଏକର ଜମି ବିଭିନ୍ନ ଅଞ୍ଚଳରେ ଜବରଦଖଲକାରୀଙ୍କ କବ୍‌ଜାରେ ଅଛି। ଯାହାର ଆନୁମାନିକ ମୂଲ୍ୟ ୨୦ହଜାର କୋଟି ଟଙ୍କା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ […]
ରାଜଧାନୀରେ ୨୦ହଜାର କୋଟିର ଜମି ଜବରଦଖଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial