କଟକରେ ମାରାଥନ୍‌ ରେଡ୍‌ ପରେ ଆସିଲା ସାଂଘାତିକ୍‌ ସତ

କଟକ: କଟକ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଯୋଗାଣ ବିଭାଗ ଓ ଓଜନ-ମାପ ବିଭାଗର ମିଳିତ ଚଢାଉ।  କେତେକ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ଓ କମ୍ ପରିମାଣର ତେଲ ବିକ୍ରି କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା।  ଚଢାଉ ବେଳେ ସିଡିଏର ଏକ ପେଟ୍ରୋଲ ପମ୍ପର ୨ଟି ପମ୍ପକୁ ସିଲ୍ କରାଯିବା ସହ ୪୦ ଲିଟର ଖୋଲା ପେଟ୍ରୋଲ୍ ଜବତ ହୋଇଛି । ଆଗକୁ କଟକ ଜିଲାର ବିଭିନ୍ନ ଅଂଚଳରେ ଥିବା ପେଟ୍ରୋଲ ପମ୍ପଗୁଡିକ ଉପରେ ମଧ୍ୟ ଚଢାଉ କରାଯିବ ବୋଲି ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । ଚାଇନା ଚିପ୍ ଲଗାଇ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ତେଲ ଚୋରି ଚାଲିଥିବା ଅଭିଯୋଗ ଆସିବା ପରେ ତତ୍ପର ହୋଇ ଉଠିଛି ଯୋଗାଣ ବିଭାଗ।

Share Now:

Kalinga News Beuro

Leave a Reply

Next Post

ମକାର ସହାୟକ ମୂଲ୍ୟ ବୃଦ୍ଧି ଦାବିକରି ଚାଷୀଙ୍କ ଧାରଣା

Tue Dec 19 , 2017
ନବରଙ୍ଗପୁର: ମକାର ସହାୟକ ମୂଲ୍ୟ ବୃଦ୍ଧିଦାବିରେ ରାସ୍ତାକୁ ଓହ୍ଲାଇଲା ଚାଷୀ। ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ଭଣ୍ଡାରଘର ମନ୍ଦିର ପାଖରେ ଧାରଣାରେ ବସିଛନ୍ତି ଚାଷୀ । ମକା ମୂଲ୍ୟ କୁଇଣ୍ଟାଲ ପ୍ରତି ୧୪୨୫ ଟଙ୍କା ଧାର୍ଯ୍ୟ କରିବା ପ୍ରତିଶ୍ରୁତି ଦେଇ ପ୍ରଶାସନ ଭୂଆଁ ବୁଲାଉ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ମକା ବିକ୍ରି କରିବା ବେଳେ ଧାର୍ଯ୍ୟ ମୂଲ୍ୟ ଠାରୁ ବହୁ କମରେ ବେପାରୀ ମାଗୁଛନ୍ତି। ମକାଗଜା ହେବାକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial