ପଞ୍ଚଭୂତରେ ଲୀନ ହେଲେ ଜୟନ୍ତୀ ପଟ୍ଟନାୟକ : ମୁଖାଗ୍ନି ଦେଲେ ପୁଅ ପୃଥ୍ବୀବଲ୍ଲଭ

ସ୍ବର୍ଗଦ୍ବାରରେ ଜୟନ୍ତୀ ପଟ୍ଟନାୟକ

ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି

ପୁରୀ: ବରିଷ୍ଠ କଂଗ୍ରେସ ନେତ୍ରୀ, ଓଡ଼ିଶାର ପ୍ରଥମ ମହିଳା ସାଂସଦ, ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କର ଆଜି ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଛି ତାଙ୍କର ପାର୍ଥିବ ଶରୀର। ସ୍ୱର୍ଗତା ଜୟନ୍ତୀଙ୍କ ଏକମାତ୍ର ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ବହୁ କଂଗ୍ରେସ ନେତାଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗଦ୍ୱାରରେ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପୁରୀ ସ୍ୱର୍ଗଦ୍ୱାରକୁ ଆସିବା ବାଟରେ ବହୁ ସ୍ଥାନରେ ସ୍ବର୍ଗତା ପଟ୍ଟନାୟକଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ସ୍ୱର୍ଗତା ପଟ୍ଟନାୟକଙ୍କ ମରଶରୀର ସ୍ୱର୍ଗଦ୍ୱାରଠାରେ ପହଞ୍ଚିଥିଲା। ପୂର୍ବରୁ ଅପେକ୍ଷାରେ କଂଗ୍ରେସ ନେତାଙ୍କ ସହ ବହୁ ସାହିତ୍ୟିକ, ସଂଗଠକ ତାଙ୍କ ଶେଷ ଦର୍ଶନ କରିଥିଲେ।
ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଜାମାତା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ବାଦ ଗ୍ରୁପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ତଲ୍ଲୀନା ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, ଅବନିଶ ଶର୍ମା, ସତ୍ୟସ୍ମିତ ମହାନ୍ତି, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ଗୋବିନ୍ଦ ଭୂୟାଁ, ଲିଙ୍ଗରାଜ ଚୌଧୁରୀ, ମାନସ ରଞ୍ଜନ ଚୌଧୁରୀ, ଗାଳ୍ପିକ ବଦ୍ରି ମିଶ୍ର, ପୁରୀ ଓକିଲ ସଂଘର ପ୍ରାକ୍ତନ ସଭାପତି ତଥା କଂଗ୍ରେସ ନେତା ପୁଷ୍କର ମହାପାତ୍ର, ଜିଲ୍ଲା କଂଗ୍ରେସ ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା, କାଳିପ୍ରସାଦ ନାୟକ, ବିଶ୍ବକେଶନ ହରିଚନ୍ଦନ ମହାପାତ୍ର, ଆଲୋକ ଦାଶ, ଆଶୁତୋଷ ମିଶ୍ର, ଶମ୍ଭୁନାଥ ଷଡ଼ଙ୍ଗୀ, ରାଜେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଭୁଶୁଡୁଛି ମାଓଦାବୀ ଦୁର୍ଗ : ୭ ନକ୍ସଲଙ୍କ ଆତ୍ମସମର୍ପଣ

Thu Sep 29 , 2022
ମାଲକାନଗିରି: ମାଓ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ସରକାରଙ୍କ ମହତାକାଂକ୍ଷୀ ଯୋଜନାରେ ଆକର୍ଷିତ ହୋଇ ମାଓବାଦୀମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ୭ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ନୂଆ ସକାଳ, ନୂଆ ଆରମ୍ଭ ଯୋଜନା ଅନୁଯାୟୀ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିବା ପୁଲିସ କହିଛି। ଏହି ନକ୍ସଲମାନେ ଭେଜି ଥାନା ଅଞ୍ଚଳରେ ସକ୍ରିୟ ରହିଥିଲେ।ତେବେ ଏହି ନକ୍ସଲଙ୍କୁ ଆତ୍ମସମର୍ପଣ […]
ଭୁଶୁଡୁଛି ମାଓଦାବୀ ଦୁର୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial