ଠକେଇ ମାମଲାରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପତ୍ତି ଆଟାଚ କଲା ଇଡି

ସମ୍ପତ୍ତି ଆଟାଚ କଲା ଇଡି

ଭୁବନେଶ୍ୱର: ଏକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଭୁବନେଶ୍ୱରର ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପ୍ରାୟ ୧କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଏହି ବ୍ୟାଙ୍କ କର୍ମଚାରୀଙ୍କ ନାମ ବେଦବ୍ୟାସ ବାରିକ ହୋଇଥିବାବେଳେ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ୧ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଜବତ ସମ୍ପତ୍ତି ମଧ୍ୟରେ ୪ଟି ପ୍ଲଟ, ଗୋଟିଏ ଫ୍ଲାଟ ଓ ୮ଟି ବ୍ୟାଙ୍କ ଆକାଉଣ୍ଟର ଜମା ଅର୍ଥ ରହିଛି। ଭୁବନେଶ୍ୱର ସିବିଆଇର ଏତଲା କ୍ରମେ ଇଡି ଆଜି ଚଢ଼ାଉ କରିଥିଲା। ଅଭିଯୋଗ ମୁତାବକ ବେଦବ୍ୟାସ ବ୍ୟାଙ୍କ ଅଫ ମହାରାଷ୍ଟ୍ର, କଟକ ଶାଖାରେ କ୍ୟାସିୟର ଥିବାବେଳେ ଦିଲ୍ଲୀର ସୁକାନ୍ତି ବାରିକ ନାମକ ଜଣକ ମହିଳାଙ୍କ ଠାରୁ ଫିକ୍ସଡ଼ ଡିପୋଜିଟ ନାମରେ ପ୍ରାୟ ୪ କୋଟି ୭୮ ଲକ୍ଷ ଟଙ୍କା ନେଇଥିଲେ। ସେ ସୁକାନ୍ତିଙ୍କୁ ନକଲି ରସିଦ ମଧ୍ୟ ଦେଇଥିଲେ। ତେବେ ତାଙ୍କ ନାମରେ କୌଣସି ଅର୍ଥ ଜମା ହୋଇନଥିବାର ଜାଣିବା ପରେ ଏନେଇ ସୁକାନ୍ତି ଅଭିଯୋଗ କରିଥିଲେ। ଶେଷରେ ଆଜି ଇଡି ଚଢ଼ାଉ କରି ତଦନ୍ତ କରୁଛି।

Share Now:

Kalinga News Beuro

Next Post

ପୂଜା ଖୁସିରେ ବାଧକ ସାଜିଲା ବର୍ଷା : ଦିନ ତମାମ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ହ୍ରାସ

Tue Oct 4 , 2022
କଟକ: ଐତିହାସିକ କଟକ ଦୁର୍ଗାପୂଜା ଖୁସିରେ ବାଧକ ସାଜିଲା ବର୍ଷା। ରାଜ୍ୟରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ଆଜି ଦିନସାରା ଶ୍ରଦ୍ଧାଳୁଙ୍କର ଉପସ୍ଥିତି ହ୍ରାସ ପାଇଛି। ମଣ୍ଡପରେ ନବମୀ ପୂଜା ଜାରି ରହିଥିବା ବେଳେ ଭୋର ସକାଳ ଠାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଫଳରେ ଲୋକେ ମା’ଙ୍କ ମହାନବମୀ ଦର୍ଶନ କରିବାରୁ ବଞ୍ଚିତ ଥିଲେ। ସନ୍ଧ୍ୟାରେ ପାଗରେ ପରିବର୍ତ୍ତନ ଆସିବାରୁ ଅର୍ଥାତ ବର୍ଷା […]
ପୂଜାରେ ବାଧକ ସାଜିଲା ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial