ଟିମ୍ ଇଣ୍ଡିଆର ଦୀପାବଳି ଉପହାର : ଭାରତ ୪ ଓ୍ବିକେଟରେ ପାକିସ୍ତାନ ଠାରୁ ବିଜୟୀ

ଟିମ୍ ଇଣ୍ଡିଆର ଦୀପାବଳି ଉପହାର-1

ମେଲବୋର୍ଣ୍ଣ : ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ଏକ ସୁପର-୧୨ ମ୍ୟାଚରେ ଭାରତ ୪ ଓ୍ବିକେଟରେ ରୋମାଞ୍ଚକର ବିଜୟ ହାସଲ କରିଛି। ଆଜିର ମ୍ୟାଚରେ ପୁଣି ବିରାଟ କୋହଲିଙ୍କ ବ୍ୟାଟର କମାଲ ଦେଖିବାକୁ ମିଳିଛି। ସେ ଅପରାଜିତ ୮୨ ରନ କରି ଏକ ମ୍ୟାଚ ବିଜୟୀ ପାଳି ଖେଳିଛନ୍ତି। ଶେଷ ବଲରେ ଭାରତ ୨ ରନର ଦରକାର କରୁଥିବାବେଳେ ବୋଲର ମହମ୍ମଦ ନୱାଜ ଗୋଟିଏ ୱାଇଡ୍ ପକାଇବାରୁ ଭାରତ ୧ ବଲରେ ୧ ରନ ଆବଶ୍ୟକ କଲା। ଅଶ୍ବିନୀ ଶେଷ ବଲରେ ୧ ରନ କରି ଭାରତ ପାଇଁ ବଡ଼ ବିଜୟ ଆଣି ଦେଇଥିଲେ।
ଭାରତୀୟ ଦଳ ଆରମ୍ଭରୁ ୪ଟି ଓ୍ବିକେଟ ହରାଇ ବିପର୍ଯ୍ୟୟର ସମୁଖୀନ ହେବା ପରେ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତିକୁ ସମ୍ଭାଳିବା ସହ ପାକିସ୍ତାନୀ ବୋଲରଙ୍କ ଉପରେ ପ୍ରତି ଆକ୍ରମଣ ଆରମ୍ଭ କରିଦେଇଥିଲେ। ୩ ନମ୍ବର ସ୍ଥାନରେ ଆସିଥିବା ବିରାଟ କୋହଲି ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। ଗୋଟିଏ ପଟେ ଓ୍ବିକେଟ ପଡ଼ିଚାଲିଥିବାବେଳେ ସେ ସତର୍କତାର ସହ ଖେଳି ସ୍ଥିତିକୁ ସମ୍ଭାଳିଥିଲେ। ତାଙ୍କୁ ଏ କ୍ଷେତ୍ରରେ ସହଯୋଗ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସ୍ଥିତିକୁ ସମ୍ଭାଳିବା ପରେ ଉଭୟ ବ୍ୟାଟ୍ସମ୍ୟାନ ପାକିସ୍ତାନୀ ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରିଦେଇଥିଲେ। ପାଣ୍ଡ୍ୟା ୪୦ ରନ କରିଥିଲେ।

Share Now:

Kalinga News Beuro

Next Post

ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଭୀଷଣ ଓ ଭୟଙ୍କର ହେବ ସାମୁଦ୍ରିକ ବାତ୍ୟା ‘ସିତ୍ରାଂ’: ଆଇଏମଡି

Mon Oct 24 , 2022
ନୂଆଦିଲ୍ଲୀ: ସଂପ୍ରତି ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ସାମୁଦ୍ରିକ ବାତ୍ୟା ‘ସିତ୍ରାଂ’ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୩୧ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରୁଛୁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ବୁଲେଟିନ୍‌ରେ କୁହାଯାଇଛି। ଆଇଏମଡି ପକ୍ଷରୁ ଜାରି ଜାତୀୟ ବୁଲେଟିନ୍‌ ନଂ ୧୪ରେ କୁହାଯାଇଛି ଯେ ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା […]
ସାମୁଦ୍ରିକ ବାତ୍ୟା ‘ସିତ୍ରାଂ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial