୩ ଦଶନ୍ଧି ପରେ ଦୁନିଆ ଦେଖିଲେ ଏହି ଯାଆଁଳା ଶିଶୁ

୩୦ ବର୍ଷ ତଳେ ହୋଇଥାନ୍ତେ ଜନ୍ମ

ନୂଆଦିଲୀ: ମଣିଷ ଜନ୍ମ ହେବା ପ୍ରକ୍ରିୟା ଖୁବ୍ ସରଳ। ମାତ୍ର ବେଳେ କିଛି କ୍ଷେତ୍ରରେ ଏହା ଜଟିଳ ବି ହୋଇଥାଏ। ଆପଣ ଜାଣନ୍ତି ଯେ ଭ୍ରୁଣଟି ସଞ୍ଚାର ହୋଇ ମାଆ ପେଟରେ ୯ ମାସ ରହିବା ପରେ ପିଲା ଜନ୍ମ ହୋଇଥାଏ। ମାତ୍ର ଆମେ ଆଜି ଏପରି ୨ଟି ଭ୍ରୂଣ ବିଷୟରେ କହିବୁ, ଯାହାକି ସଞ୍ଚାର ହେବାର ୩୦ ବର୍ଷ ପରେ ଶିଶୁ ରୂପରେ ଜନ୍ମଲାଭ କରିଛନ୍ତି। ବିଜ୍ଞାନ ଆଗକୁ ବଢୁଥିବା ବେଳେ ଅନେକ କିଛି ପରିବର୍ତ୍ତନ ଘଟୁଛି। ଏହି ବିଜ୍ଞାନ ହିଁ ୩୦ ବର୍ଷ ତଳେ ସଞ୍ଚାର ହୋଇଥିବା ଭ୍ରୂଣରୁ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛି। ଏ କଥାକୁ ଆଉ ଅଧିକ ଜଟିଳ ନକରି ଆପଣଙ୍କୁ ସିଧାସଳଖ ଦୁନିଆର ସବୁଠାରୁ ନିଆରା ଯାଆଁଳାଙ୍କ ବିଷୟରେ କହୁଛୁ। ଚଳିତବର୍ଷ ଅକ୍ଟୋବର ୨୨ ତାରିଖରେ ଜନ୍ମ ନେଇଥିଲେ ଯାଆଁଳା ଶିଶୁ ଲିଡିଆ ଏବଂ ତିମୋଥି। ମାତ୍ର ଏମାନେ ସାଧାରଣ ଯାଆଁଳା ଶିଶୁଙ୍କ ପରି ନୁହଁନ୍ତି। ଯେଉଁ ଭ୍ରୂଣରୁ ଏମାନଙ୍କ ଜନ୍ମ ତାହା ଗତ ୩୦ ବର୍ଷରୁ ଅଧିକ ସମୟ ହେବ ହିମିକୃତ ହୋଇ ରହିଥିଲା। ଅର୍ଥାତ ଗତ ୩୦ ବର୍ଷରୁ ଏହି ଶିଶୁ ଭ୍ରୂଣ ଆକାରରେ ରହିଥିଲେ। ମାତ୍ର ଏହା କିପରି ସମ୍ଭବ ? ସୂଚନା ମୁତା‌ବକ, ୧୯୯୨ ମସିହା ଏପ୍ରିଲ୍‌ ୨୨ ତାରିଖ‌ରେ ଏକ ଦମ୍ପତି ଆଇଭିଏଫ୍‌ ପ୍ରକ୍ରିୟା ଜରିଆରେ ଏହି ୨ ଭ୍ରୂଣ ସଞ୍ଚାର କରାଇଥିଲେ। ସେବେଠାରୁ ସେହି ଭ୍ରୂଣକୁ ଲିକ୍ୟୁଡ୍ ନାଇଟ୍ରୋଜେନ୍‌ରେ ବିଯୁକ୍ତ୧୯୬ ଡିଗ୍ରି ସେଲ୍‌ସିୟସ୍‌ ତାପମାତ୍ରାରେ ସୁରକ୍ଷିତ ଭାବେ ରଖିଥିଲେ। ଏବେ ସେହି ୨ ଭ୍ରୂଣକୁ ପୋଲାଣ୍ଡ୍‌ ଦମ୍ପତି ରାହେଲ ଏବଂ ଫିଲିପକୁ ଦିଆଯିବା ପରେ ୨ ଶିଶୁ ଜନ୍ମଲାଭ କରିଛନ୍ତି। ଏହି ଦମ୍ପତିଙ୍କର ପୂର୍ବରୁ ୪ ଜଣ ପିଲା ଅଛନ୍ତି। ‌ସେ ସମସ୍ତ ପିଲାଙ୍କ ବୟସ ୧୦ ବର୍ଷରୁ କମ୍‌।

Share Now:

Kalinga News Beuro

Next Post

ଚୀନରେ କଠୋର ଲକଡାଉନ୍ : ନିଆଁ ଲାଗିଥିବା ଆପାର୍ଟମେଣ୍ଟରୁ ବି ଲୋକଙ୍କୁ ଛାଡ଼ିଲେନି, ୧୦ ମୃତ

Sat Nov 26 , 2022
ବେଜିଂ : ଚୀନରେ କଠୋର କୋଭିଡ କଟକଣାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଲୋକମାନେ ଧୀରେ ଧୀରେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ ଓ ବିକ୍ଷୋଭ କରିବା ଆରମ୍ଭ କରିଛନ୍ତି। ଦୁଇ ଦିନ ପୂର୍ବେ ସିଜିଆନ ପ୍ରଦେଶରେ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହେବା ପରେ ଶନିବାର ଦିନ ଲୋକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲୋକମାନଙ୍କ ଅଭିଯୋଗ ଅନୁସାରେ ଆପାର୍ଟମେଣ୍ଟରେ ନିଆଁ […]
ଚୀନରେ କଠୋର ଲକଡାଉନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial