ରାଜଧାନୀକୁ ଫେରିଲା ପଥୋତ୍ସବ କାର୍ଯ୍ୟକ୍ରମ

ରାଜଧାନୀକୁ ଫେରିଲା ପଥୋତ୍ସବ

ଭୁବନେଶ୍ୱର: ପୁଣିଥରେ ରାଜଧାନୀକୁ ଫେରିଲା ପଥୋତ୍ସବ। ରବିବାର ସକାଳ ସାଢ଼େ ୬ଟାରୁ ଜନପଥରେ ଚାଲିଛି ପଥୋତ୍ସବ କାର୍ଯ୍ୟକ୍ରମ। ଏଥିରେ ଯୋଗ, ନାଚ, ଗୀତ ଏବଂ ବ୍ୟାୟାମ କାର୍ଯ୍ୟକ୍ରମ ସହ ପିଲାମାନଙ୍କ ଦ୍ବାରା ଚାଲିଛି ଚିତ୍ରାଙ୍କନ। ଏଥିସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ମାଷ୍ଟର କ୍ୟା‌ଣ୍ଟିନ୍‌ରୁ ରାମମନ୍ଦିର ପର୍ଯ୍ୟନ୍ତ ଦୁଲୁକୁଛି। ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଏହି ପଥୋତ୍ସବ ଚାଲିବ। ପଥୋତ୍ସବରେ ଚାଲିଥିବା କାର୍ଯ୍ୟକ୍ରମରେ ଓଡ଼ିଶୀରୁ ଆରମ୍ଭ କରି ରକ୍‌ ବ୍ୟାଣ୍ଡ ପର୍ଯ୍ୟନ୍ତ ଓ ଭଜନରୁ ଆରମ୍ଭ କରି ରିମିକ୍ସ ପର୍ଯ୍ୟନ୍ତ ଯାବତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ନିଆରା ଅନୁଭୁତି ଦେବ।

Share Now:

Kalinga News Beuro

Next Post

ପାହାଡର କାମଧେନୁ ‘ବଦ୍ରି’ : ପାଞ୍ଚ ହଜାର ଟଙ୍କାରେ ବିକ୍ରି ହୁଏ ଏହି ଗାଈର ଘିଅ

Sun Dec 25 , 2022
ଡେରାଡୁନ: ଦୁଗ୍ଧ ବିକ୍ରୟ କରି ଅତିରିକ୍ତ ଆୟ ପାଇବା ପାଇଁ ମୁଖ୍ୟତଃ ଭାରତରେ ଗୋପାଳନ ବଢିବାରେ ଲାଗିଛି। ଦେଶୀ ଗାଈର କ୍ଷୀର ଏବଂ ଘିଅ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦେଶୀ ଗାଈ ବାବଦରେ କହିବୁ ଯାହାକୁ ପାହାଡର କାମଧେନୁ ମଧ୍ୟ କୁହାଯାଇଥାଏ। ଏହି ଗାଈର କ୍ଷୀରରେ ସାଧାରଣ ଗାଈଙ୍କ କ୍ଷୀର ଅପେକ୍ଷା ଅଧିକ ସ୍ନେହସାର ଥାଏ। ସେଥିପାଇଁ ଏହି […]
ପାହାଡର କାମଧେନୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial