ସୁଟିଂ ସେଟରେ ନିୟନ୍ତ୍ରଣ ହରାଇ ମାଡ଼ିଗଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ସୁପରଷ୍ଟାର

ସୁଟିଂ ସେଟରେ ନିୟନ୍ତ୍ରଣ ହରାଇ ମାଡ଼ିଗଲା ଟ୍ରକ

ନୂଆଦିଲ୍ଲୀ: ସିନେମା ସୁଟିଂ ସମୟରେ ସେଟରେ ଦୁର୍ଘଟଣା ଘଟିବାର ଖବର ସାମ୍ନାକୁ ଆସିଛି। ଏମିତି ଏକ ଦୁର୍ଘଟଣା ତାମିଲ ସିନେମାର ଜଣାଶୁଣା ଅଭିନେତା ବିଶାଲଙ୍କ ସିନେମା ସୁଟିଂ ସମୟରେ ସେଟରେ ଘଟିଛି। ବିଶାଲଙ୍କ ସିନେମା ଏନଟନିର ସୁଟିଂ ସେଟରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ସିନେମା ସେଟର ଥିବାବେଳେ ଏଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ଏକ ଟ୍ରକ ନିୟନ୍ତ୍ରଣ ହରାଇବା ପରେ ସୁଟିଂ ସେଟ ଉପରେ ମାଡ଼ି ଯାଉଛି। ଟ୍ରକକୁ ନିୟନ୍ତ୍ରଣ ହରାଇବା ଦେଖି ସୁଟିଂ ସେଟ‌ରେ ଉପସ୍ଥିତ ଥିବା ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗୁଛନ୍ତି।
ଏହି ଦୁର୍ଘଟଣାକୁ ନେଇ କୁହାଯାଉଛି କି, ଟ୍ରକକୁ ସ୍ୱତନ୍ତ୍ର ଉପାୟରେ ଏକ କାନ୍ଥ ଭାଙ୍ଗି ପ୍ରବେଶ କରିବାର ଥିଲା। ତେବେ ଟ୍ରକ ଚାଳକ ନିର୍ଦେଶକଙ୍କ କହିବାନୁସାରେ ଯାଉଥିଲେ, କିନ୍ତୁ ଟ୍ରକ ଉପରେ ତାଙ୍କ ନିୟନ୍ତ୍ରଣ ରହି ନଥିଲା। ଫଳରେ ଟ୍ରକଟି ସୁଟିଂ ସେଟ‌ରେ ମାଡ଼ି ଯାଇଥିଲା। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ। ବିଶାଲଙ୍କ ମାର୍କ ଏନଟନି ବିଷୟରେ କହିବାକୁ ଗଲେ ଏହାକୁ ରବିଚନ୍ଦ୍ରନ ନିର୍ଦେଶନା ଦେଇଛନ୍ତି। ସିନେମାରେ ବିଶାଲଙ୍କ ସହିତ ଏସ.ଜେ ସୂର୍ଯ୍ୟା, ରିତୁ ବର୍ମା, ଅଭିନୟା ଓ ସୁନିଲ ରହିଛନ୍ତି। ସିନେମାରେ ଥିବା ସଙ୍ଗୀତ ଜି.ବି ପ୍ରକାଶ କୁମାରଙ୍କ ରହିଛି। ଯାହାକି ଚଳିତବର୍ଷ ରିଲିଜ ହେବ ବୋଲି କୁହାଯାଉଛି। କିନ୍ତୁ ଭିଡିଓ ଦେଖିବା ପରେ କୁହାଯାଇ ପାରିବ ଯେ ସୁଟିଂ ସେଟରେ ସତର୍କତା ଅବଲମ୍ବନ କରା ଯିବା ନିହାତି ଆବଶ୍ୟକ। ନ‌ଚେତ ଅଘଟଣ ଘଟିବାର ଅନେକ ସମ୍ଭାବନା ରହିଛି।

Share Now:

Kalinga News Beuro

Next Post

ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦକୁ ନେଇ ମହାଗଠବନ୍ଧନ ଦୁଇ ଫାଳ

Thu Feb 23 , 2023
ପାଟନା: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ବିହାରରେ କଂଗ୍ରେସ, ଜେଡିୟୁ, ଆରଜେଡି ମଧ୍ୟରେ ଥିବା ମହାଗଠବନ୍ଧନ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାପଡିଛି। ବିହାର କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମିତ କରିଥିବାବେଳେ ଆରଜେଡି ଏଥିପାଇଁ ପ୍ରସ୍ତୁତ ନାହିଁ। ଆରଜେଡି ପକ୍ଷରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାମ ନେଇଛି। ଗୁରୁବାର ଦିନ ବିହାର କଂଗ୍ରେସ ମୁଖପାତ୍ର ଅସିତ ନାଥ ତିୱାରୀ ଏକ ବଡ଼ ବିବୃତ୍ତି ଦେଇଛନ୍ତି। […]
ପ୍ରଧାନମନ୍ତ୍ରୀ ପଦକୁ ନେଇ ମହାଗଠବନ୍ଧନ ଦୁଇ ଫାଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial