ଆଳିସି ଶାସନରୁ ଧରାପଡ଼ିଲା ଚିତ୍ରା ହରିଣ

ଆଳିସି ଶାସନରୁ ଧରାପଡ଼ିଲା ଚିତ୍ରା ହରିଣ

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବନ ବିଭାଗ ଅଧୀନ ଆଳିସି ଶାସନ ଗ୍ରାମରୁ ଆଜି ଗୋଟିଏ ଚିତ୍ରା ହରିଣ ଧରାପଡ଼ିଛି। ସକାଳୁ ହରିଣଟି ଗାଁର ଏଣେତେଣେ ଦୌଡୁଥିବା ଲୋକେ ଦେଖିଥିଲେ। ଲୋକଙ୍କୁ ଦେଖି ହରିଣଟି ଭୟଭୀତ ହୋଇ ହରିଶଙ୍କର ମନ୍ଦିର ନିକଟ ପୋଖରୀକୁ ଡେଇଁ ପଡ଼ିଥିଲା। ପୋଖରୀରେ ପହଁରିବା ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ହରିଣକୁ ଉଦ୍ଧାର କରିଥିଲେ।
ଖବର ପାଇ ବାଲିପାଟଣା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରୁ ହରିଣକୁ ଉଦ୍ଧାର କରିଛନ୍ତି। ଆହତ କାରଣରୁ ହରିଣକୁ ଚିକିତ୍ସା ପାଇଁ ନିଆ ଯାଇଥିବା ରେଞ୍ଜର ମାନସ ମହାନ୍ତି ସୂଚନା ଦେଇଛନ୍ତି।ବାଲିପାଟଣା ବନ ବିଭାଗ ଅଧୀନ ଭଅଁରା ଜଙ୍ଗଲରେ ତାକୁ ଛଡ଼ାଯିବ ବୋଲି ରେଞ୍ଜର କହିଛନ୍ତି। କୋଣାର୍କରୁ ହରିଣଟି ଚାଲି ଆସିଥିବା ସନ୍ଦେହ କରାଯାଉଛି।

Share Now:

Kalinga News Beuro

Next Post

ଆଇୟୁପିଏସି ପୁରସ୍କାର ପାଇଁ ଓଡ଼ିଆ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Sun Mar 12 , 2023
ଭୁବନେଶ୍ୱର: ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ସମ୍ମାନଜନକ ଆଇୟୁପିଏସି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜ୍ୟୋତିର୍ମୟୀ ଦେଶର ପ୍ରଥମ ମହିଳା ଭାବରେ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି। ରସାୟନ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ ସେ ପାଇବେ ଆଇୟୁପିଏସି ପୁରସ୍କାର। ଏହି ପୁରସ୍କାର ପାଇବାରେ ସେ ହେବେ ଦେଶର ପ୍ରଥମ ମହିଳା। ସଂପ୍ରତି ସେ ଭାବା ପାରମାଣବିକ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ। ଏହି ଖବର ପାଇବା ପରେ […]
ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial