କୁକୁଡ଼ା ଭୃଣରୁ ମିଳିଲା ପ୍ଲାଷ୍ଟିକ : ମଣିଷ ଶରୀର ଉପରେ ପଡ଼ିପାରେ ଅନେକ କୁ-ପ୍ରଭାବ

କୁକୁଡ଼ା ଭୃଣରୁ ମିଳିଲା ପ୍ଲାଷ୍ଟିକ

ନୂଆଦିଲ୍ଲୀ: ଭବିଷ୍ୟତରେ ହୁଏତ କୁକୁଡ଼ା ମାଂସ ନଖାଇବା ଭଳି ପରିସ୍ଥିତି ମୁଣ୍ଡ ଟେକିପାରେ। କାରଣ କୁକୁଡ଼ା ଭୃଣରୁ ପ୍ଲାଷ୍ଟିକ ମିଳିଛି। ଭୃଣରେ ପ୍ଲାଷ୍ଟିକ ରହିବା ହେତୁ କୁକୁଡା ଶରୀର ଠିକ ଭାବେ ବିକଶିତ ହୋଇପାରୁନାହିଁ। ଯଦି ଏଭଳି କୁକୁଡ଼ା ମାଂସ ମଣିଷ ଖାଇବ ତେବେ ତାର ଶରୀର ଉପରେ ବି ଏହାର ଖରାପ ପ୍ରଭାବ ପଡ଼ିବ। ଏଭଳି ଆଶ୍ଚର୍ଯ୍ୟଜନକ ରିପୋର୍ଟ ନିକଟ‌ରେ ହୋଇଥିବା ଏକ ଅଧ୍ୟୟନରୁ ସାମ୍ନାକୁ ଆସିଛି।
ଅଧ୍ୟୟନର ରିପୋର୍ଟରୁ ଏହା ଜାଣିବାକୁ ମିଳିଛି କି, ବାସ୍ତବରେ କୁକୁଡ଼ା ଭୃଣରୁ ନାନୋପ୍ଲାଷ୍ଟିକ ମିଳିଛି। ତାହା ପୁଣି ଅଧିକାମାତ୍ରାରେ। ଯେଉଁ କାରଣରୁ କୁକୁଡ଼ା ଶରୀରର ଟିସୁ ନଷ୍ଟ ହୋଇଯାଉଛି। ଏହା ବାସ୍ତବରେ ଏକ ଚିନ୍ତାର କାରଣ ପାଲଟିଛି। ଏଭଳି ଅସୁବିଧା ଫଳରେ କେବଳ କୁକୁଡ଼ାକୁ ନୁହେଁ ବରଂ ମନୁଷ୍ୟ ଶରୀରରେ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ବହୁ ଆଶଙ୍କା ରହିଛି। କାରଣ ମିଳିଥିବା ମାଇକ୍ରୋପ୍ଲାଷ୍ଟିକ/ ନାନୋପ୍ଲାଷ୍ଟିକ କାରଣରୁ ଶରୀର ଉପରେ ଏହା ବହୁମାତ୍ରାରେ ଖରାପ ପ୍ରଭାବ ପକାଉଛି। କୁକୁଡ଼ା ଶରୀରରେ ସବୁଠାରୁ ଅଧିକ ପଲିଷ୍ଟିରିନ କଣିକା ମିଳିଛି। ଏହି କଣିକା ସାଧାରଣତଃ କୌଣସି ଜୀବଙ୍କ ଶରୀରରେ ମିଳି ନଥାଏ। କିନ୍ତୁ ପ୍ରଥମଥର କୁକୁଡ଼ା ଭୃଣରୁ ମିଳିଛି। ଦେଖିବାକୁ ଗଲେ ନାନୋପ୍ଲାଷ୍ଟିକ ମାଇକ୍ରୋପ୍ଲାଷ୍ଟିକ ଠାରୁ ଆହୁରି କ୍ଷୁଦ୍ର ହୋଇଥାଏ। ଏହା ଅଧିକାଂଶ ସିନ୍ଥେଟିକ କପଡ଼ା ଓ ପ୍ଲାଷ୍ଟିକ ମାଇକ୍ରୋଫାଇବର୍ସରେ ମିଳିଥାଏ। ପଲିଷ୍ଟିରିନ ମାଇକ୍ରୋପ୍ଲାଷ୍ଟିକ ଶରୀର ଲିଭର, କିଡନି ଓ ଅନ୍ତନଳୀରେ ମିଳିଥାଏ। କୁକୁଡ଼ା ଭୃଣରୁ ପ୍ଲାଷ୍ଟିକ ମିଳିବା ଘଟଣା ପୂର୍ବରୁ ମଣିଷ ଓ ମୂଷାଙ୍କ ଶରୀରରେ ପ୍ଲାଷ୍ଟିକ ମିଳିବା ରିପୋର୍ଟ ସାମ୍ନାକୁ ଆସିଥିଲା। ପ୍ଲାଷ୍ଟିକ ପାଣି ଓ ପବନ ଜରିଆରେ ଆମର ଖାଦ୍ୟ ଓ ପାନୀୟରେ ମିଶ୍ରଣ ହୋଇଥାଏ। ଯାହାକୁ ଖାଇବା ଓ ପିଇବା ଦ୍ଵାରା ଏହା ଆମ ଶରୀର‌କୁ ଯାଇ ଫୁସଫୁସ, ରକ୍ତ ଓ ପ୍ଲେସେଣ୍ଟାରେ ଜମା ହୋଇଥାଏ।

Share Now:

Kalinga News Beuro

Next Post

ଫାଶୀଠାରୁ କମ ଯନ୍ତ୍ରଣାଦାୟକ ମୃତ୍ୟୁଦଣ୍ଡ ପଦ୍ଧତି ଅଛି କି ? ସୁପ୍ରିମକୋର୍ଟ କରିବେ ବିଚାର

Tue Mar 21 , 2023
ନୂଆଦିଲ୍ଲୀ: ଦେଶରେ ମୃତ୍ୟୁଦଣ୍ଡ ପରିବର୍ତ୍ତେ ଆଉ ଏକ ଯନ୍ତ୍ରଣାବିହୀନ ମୃତ୍ୟୁଦଣ୍ଡ ପଦ୍ଧତି ଲାଗୁ କରାଯାଇପାରିବ କି? ଖୁବ୍ ଶୀଘ୍ର ସୁପ୍ରିମକୋର୍ଟ ଏହା ଉପରେ ବିଚାର କରିବେ। ଏ ପ୍ରସଙ୍ଗରେ ଏକ ବିଶେଷଜ୍ଞ କମିଟି ଗଠନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ବିଚାର କରୁଛନ୍ତି। ପୁଣି ଏ ନେଇ ଦେଶରେ ଏକ ବିତର୍କ ଆରମ୍ଭ କରିବା ସହ ତଥ୍ୟ ସଂଗ୍ରହ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଫାଶୀ ଦ୍ୱାରା କେତେ ଯନ୍ତ୍ରଣା […]
ଫାଶୀଠାରୁ କମ ଯନ୍ତ୍ରଣାଦାୟକ ମୃତ୍ୟୁଦଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial