ଛଦ୍ମ ବେଶରେ ଦିଲ୍ଲୀରେ ବୁଲୁଛି ପଳାତକ ଉଗ୍ରବାଦୀ ପ୍ରଚାରକ ଅମୃତପାଲ

ଉଗ୍ରବାଦୀ ପ୍ରଚାରକ ଅମୃତପାଲ

ନୂଆଦିଲ୍ଲୀ: ସଂପ୍ରତି ନେପାଳରେ ଆତ୍ମଗୋପନ କରିଥିବା ପଳାତକ ଉଗ୍ରବାଦୀ ପ୍ରଚାରକ ଅମୃତପାଲ ସିଂହଙ୍କୁ ତୃତୀୟ ଦେଶକୁ ପଳାୟନ କରିବାକୁ ଅନୁମତି ନଦେବାକୁ ଭାରତ ନେପାଳ ସରକାରଙ୍କୁ ଅନୁରୋଧ କରିଛି। ଭାରତୀୟ ପାସପୋର୍ଟ କିମ୍ବା ଅନ୍ୟ କୌଣସି ନକଲି ପାସପୋର୍ଟ ବ୍ୟବହାର କରି ପଳାତକ ଉଗ୍ରବାଦୀ ପ୍ରଚାରକ ଅମୃତପାଲ ସିଂହ ନେପାଳରୁ ପଳାୟନ କରିବାକୁ ଚେଷ୍ଟା କରୁଥିବା ଭାରତ ସରକାର ନେପାଳକୁ ଜଣାଇଛନ୍ତି। ଅଧିକାଂଶ ସମୟ‌ରେ ଧାର୍ମିକ ପୋଷାକରେ ନଜର ଆସୁଥିବା ଖଲିସ୍ତାନୀ ନେତା ଅମୃତପାଲ୍‌ ସିଂହର ନିକଟରେ ନୂଆ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓ ମାର୍ଚ୍ଚ ୨୧ର ବୋଲି କୁହାଯାଉଛି। ପଞ୍ଜାବ ପୁଲିସ ହାତରୁ ଖସି ପଳାଇ ଆସିଥିବା ଅମୃତପାଲ ସିଂ ବାରମ୍ବାର ନିଜର ରୂପ ବଦଳାଉଛି। ଭାଇରାଲ୍‌ ଭିଡିଓରେ ତାକୁ ଦିଲ୍ଲୀର ମଧୁ ବିହାର ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ସେ ପଗଡ଼ି ପିନ୍ଧି ନଥିବା ‌ବେଳେ କେଶ କାଟି କଳା ଚଷମା ଓ ଡେନିମ ଜ୍ୟାକେଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଏଥସହିତ ପଳାତମ ଅମୃତପାଲ ସହିତ ପ୍ରଥମରୁ ଫେରାର ଥିବା ତାର ସାଙ୍ଗ ପପଲପ୍ରୀତ ବି ଥିବା ନଜରକୁ ଆସିଛି। ସେହିପରି ଗତ ସୋମବାର ସାମ୍ନାକୁ ଆସିଥିବା ଏକ ଭିଡିଓରେ ଅମୃତପାଲ ଓ ତାର ଫେରାର ସାଙ୍ଗ ପପଲପ୍ରୀତ ସିଂହର ଏକ ସେଲଫି ସାମ୍ନାକୁ ଆସିଛି। ଏହି ସେଲଫିରେ ଅମୃତପାଲ ହାତରେ ଡ୍ରିଙ୍କ କ୍ୟାନ ଥିବା ଦେଖିବାକୁ ମିଳୁଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହା କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇ ପାରି ନଥିଲା।

Share Now:

Kalinga News Beuro

Next Post

ବଢ଼ୁଛି କରୋନା ସଂକ୍ରମଣ : ଶଯ୍ୟା ପ୍ରସ୍ତୁତ ରଖିବାକୁ ଜିଲ୍ଲାମାନଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି

Tue Mar 28 , 2023
ଭୁବନେଶ୍ବର : ଓଡ଼ିଶା ସମେତ ଦେଶରେ କରୋନା ସଂକ୍ରମଣ ବଢ଼ୁଛି। ଏହାକୁ ନେଇ ଆଗୁଆ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସବୁ ଜିଲ୍ଲାକୁ ଚିଠି ଜାରି ହେବା ସହିତ ଆବଶ୍ୟକ ସଂଖ୍ୟକ ଶଯ୍ୟା ମହଜୁଦ ରଖିବା ଓ ଏହାର ମୁକାବିଲା ନେଇ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ଦେଶରେ ଗତ ୨୪ଘଣ୍ଟାରେ ୧୮୯୦ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ଏହି […]
ବଢ଼ୁଛନ୍ତି କରୋନା ରୋଗୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial