ଆଜି ସନ୍ଧ୍ୟାରୁ ମଦୁଆ ଚାଳକଙ୍କୁ ତ୍ରାହି ନାହିଁ, ଜୋରଦାର ହେବ ଚେକିଂ

ଭୁବନେଶ୍ୱର: ମଦୁଆ ଗାଡି ଚାଳକଙ୍କୁ ନିସ୍ତାର ନାହିଁ । ଏଣିକି ମଦ୍ୟପାନ କରି ଗାଡି ଚଳାଇଲେ ଗିରଫ କରିବ ପୁଲିସ । ରାଜ୍ୟର ସମସ୍ତ ଟୋଲଗେଟରେ ମଦ୍ୟପ ଚାଳକଙ୍କ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି । ଏନେଇ ଏକ ସର୍କୁଲାର ଜାରି କରିଛି ଓଡ଼ିଶା ପୁଲିସ । ରାଜ୍ୟର ସମସ୍ତ ୧୪ଟି ଟୋଲଗେଟରେ ଆଜି ସନ୍ଧ୍ୟାରୁ ଚେକିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ।
ମଦୁଆ ଡ୍ରାଇଭରଙ୍କୁ ସାବାଡ କରିବାକୁ ଆକ୍ଟିଭ ମୋଡରେ ଓଡ଼ିଶା ପୁଲିସ । ମଦୁଆ ଡ୍ରାଇଭରଙ୍କୁ ଧରିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଉକ୍ତ ଗାଡିକୁ ମଧ୍ୟ ଜବତ କରାଯିବ ବୋଲି ସୂଚାଇ ଦେଇଛି ପୁଲିସ । ମଦୁଆ ଡ୍ରାଇଭରଙ୍କୁ ଧରିବା ମାତ୍ରେ ବ୍ରେଥ ଆନାଲାଇଜର ଟେଷ୍ଟ କରିବା ସହ ୨ ଘଣ୍ଟା ମଧ୍ୟରେ ରକ୍ତ ପରୀକ୍ଷା କରାଯିବ । ସେହିଭଳି ମହିଳାଙ୍କ କ୍ଷେତ୍ରରେ କେବଳ ମହିଳା ଡାକ୍ତର ହିଁ ରକ୍ତପରୀକ୍ଷା କରିପାରିବେ । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ମଦୁଆ ଚାଳକଙ୍କର ବେଲ କରାନଯାଏ ତେବେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯିବ । ଏପରିକି କୋର୍ଟରେ ହାଜର କରାଯିବା ସହ ପ୍ରମାଣ ସ୍ୱରୂପ ଟୋଲଗେଟର ସିସିଟିଭି ଫୁଟେଜ ଦିଆଯିବ । ତେବେ ସାଧାରଣ ଲୋକଙ୍କୁ ହଇରାଣ ନ କରି କେବଳ ସନ୍ଦେହ ହେଉଥିବା ମଦୁଆ ଚାଳକଙ୍କୁ ଯାଞ୍ଚ କରିବାକୁ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ନିୟମ ଅନୁଯାୟୀ ମଦୁଆ ଚାଳକ ଟ୍ରାଫିକରେ ଧରାପଡିଲେ ୧୦ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡୁଥିଲା ।

Share Now:

Kalinga News Beuro

Leave a Reply

Next Post

ଆସିବ ନୂଆ ପାର୍କିଂ ନୀତି:୮ ପ୍ୟାକେଜ୍‌ରେ ରହିବ ୩୧ଟି ପାର୍କିଂ ଅଞ୍ଚଳ

Fri Sep 6 , 2019
ଜିଆଇଜେଡ୍‌ ପ୍ରସ୍ତୁତ କରୁଛି ଚିଠା ପ୍ରସ୍ତାବ, ୬ମାସ ପରେ ଲାଗୁ ହେବ, ମଲ୍‌ରୁ ଦୋକାନ, ବଡ଼ ପ୍ରତିଷ୍ଠାନ ପାଇଁ ନିୟମ କଡ଼ାକଡ଼ି ହେବ ଭୁବନେଶ୍ୱର : ରାଜଧାନୀର ପାର୍କିଂ ବ୍ୟବସ୍ଥା ସଜାଡ଼ିବା ପାଇଁ ବିଏମ୍‌ସି ପକ୍ଷରୁ ଖୁବ୍‌ ଶୀଘ୍ର ନୂ୍ଆ ପାର୍କିଂ ନୀତି ଆସିବ। ଏନେଇ ଜିଆଇଜେଡ୍‌ ସଂସ୍ଥାକୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ, ବିଭିନ୍ନ ପ୍ରକାରର ପାର୍କିଂ ନିୟମ, କମିସନରେଟ୍‌ ପୁଲିସର ଟ୍ରାଫିକ ବ୍ୟବସ୍ଥାକୁ ଅନୁଧ୍ୟାନ କରି ଚିଠା ପ୍ରସ୍ତାବ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial