ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ହେଲେ ଓସିଏ ସଂପାଦକ

କଟକ: ସଞ୍ଜୟ ବେହେରା ଓଡିଶା କ୍ରିକେଟ ଆସୋସିଏସନ୍‌ (ଓସିଏ)ର ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସଂଜୟ ବେହେରା ୪୫ ଖଣ୍ଡ ଭୋଟ ପାଇଛନ୍ତି। ସେ ୨୦ ଖଣ୍ଡ ଭୋଟ ବ୍ୟବଧାନରେ ନବରଂଜନ ସ୍ୱାଇଁଙ୍କୁ ପରାସ୍ତ କରିଛନ୍ତି। ଅର୍ଥତତ୍ତ୍ୱ ଚିଟଫଣ୍ଡ (ଏଟି) ଠକେଇ ମାମଲାରେ ଗିରଫ ଆଶୀର୍ବାଦ ବେହେରାଙ୍କ ପୁଅ ହେଉଛନ୍ତି ସଞ୍ଜୟ ବେହେରା। ଯୁଗ୍ମ ସଂପାଦକ ଭାବେ ମେହେତାବ୍‌ ଖାନ୍‌ ନିର୍ବାଚିତ ହୋଇଛନ୍ତି। ମେହେତାବ୍‌ ଖାନ ନିର୍ବାଚନରେ ସୁଜିତ୍‌ କୁମାର ପ୍ରଧାନଙ୍କୁ ପରାସ୍ତ କରିଛନ୍ତି। ସେହିଭଳି ଅନୀଲ କୁମାର ବିଶ୍ୱାଳଙ୍କ ବିପକ୍ଷରେ ବିକାଶ ପ୍ରଧାନ ନିର୍ବାଚିତ ହୋଇ କୋଷାଧ୍ୟକ୍ଷ ହୋଇଛନ୍ତି।

Share Now:

Kalinga News Beuro

Leave a Reply

Next Post

୭ ମଠ ମାଡ଼ି ବସିଛନ୍ତି ୫.୬ଏକର, କେମିତି ସ୍ଥାନାନ୍ତର ହେବ ବସ୍‌ଷ୍ଟାଣ୍ଡ?

Fri Sep 27 , 2019
ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡକୁ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ କରିବା ପାଇଁ ହୋଇଥିବା ଟେଣ୍ଡରକୁ ଆଜି କ୍ୟାବିନେଟ୍ ଅନୁ‌େମାଦନ କରିଛି। ୨୪ମାସରେ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ବସ୍‌ଷ୍ଟାଣ୍ଡକୁ ଅସ୍ଥାୟୀ ଭାବେ ଖଣ୍ଡଗିରି ବାରିକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତିି ହୋଇଛି। ଖଣ୍ଡଗିରି ବାରିରେ ୭ଏକର ସରକାରୀ ଜମି ଥିବାରୁ ସେଠାକୁ ବସ୍‌ଷ୍ଟାଣ୍ଡ ଦୁଇ ବର୍ଷ ପାଇଁ ସ୍ଥାନାନ୍ତର କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial