ଚନ୍ଦ୍ରପୃଷ୍ଠରେ ମିଳିଲା ‘ବିକ୍ରମ’ର ଭଗ୍ନାବଶେଷ: ନାସା ଜାରି କଲା ଫଟୋ

ନୂଆଦିଲ୍ଲୀ: ସେପ୍ଟେମ୍ବର ୭ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ‘ବିକ୍ରମ’କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରାଇବାରେ ସଫଳତା ହୋଇ ପାରି ନଥିଲ। ଚନ୍ଦ୍ର ପୃଷ୍ଠରୁ ୨.୧ କିମି ଦୂରତାରେ ଲ୍ୟାଣ୍ଡର୍‌ ବିକ୍ରମ ସହିତ ଇସ୍ରୋ କମାଣ୍ଡ ସେଣ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେବେ ଗତକାଲି (ସୋମବାର) ନାସା ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’ର ଇମ୍ପା ସାଇଟ ଫଟୋ ଟୁଇଟ କରି ଜାରି କରିଛି। ନାସାର ଲୁନାର ରେକନାଇଜେସନ୍‌ ଅର୍ବିଟର (ଏଲ୍‌ଆରଓ) ମହାକାଶ ଯାନର ‘ଇମ୍ପାକ୍ଟ ଫିଲ୍‌ଡ’ ଏବଂ ଏହା ପାଖା ପାଖି ଅଞ୍ଚଳର ଫଟୋ ପଠାଇଛି। ଚନ୍ଦ୍ରପୃଷ୍ଠର ଅନେକ ସ୍ଥାନରେ ବିକ୍ରିମର ଧ୍ୱଂସାବଶେଷ ପଡ଼ି ରହିଥିବା ବେଳେ କ୍ରାସ୍‌ ସାଇଟ୍‌ର ୭୫୦ ମିଟର ଦୂରରେ ‘ବିକ୍ରମ’ର ଏକ ଭଗ୍ନାବଶେଷ ପଡି ରହିଥିବା ସୂଚନା ମିଳିଛି।
ତେବେ କୁହାଯାଉଥିଲା ବିକ୍ରମର ସୂକ୍ଷ୍ମ ଅବତରଣ ସଫଳ ହୋଇଥିଲେ ଭାରତ ଏ କ୍ଷେତ୍ରରେ ଆମେରିକା, ରୁଷ୍‌ ଏବଂ ଚୀନ୍‌କୁ ପଛରେ ପକାଇଥାନ୍ତା। ଜୁଲାଇ ୨୨ ତାରିଖ ଦିନ ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ହୋଇଥିଲା ଏବଂ ସେପ୍ଟେମ୍ବର ୭ରେ ଏହାର ଲ୍ୟାଣ୍ଡର୍‌ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରି ଚନ୍ଦ୍ର ଅଭିଯାନକୁ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚାଇଥାନ୍ତା। ପୂର୍ବରୁ କୌଣସି ରାଷ୍ଟ୍ରର ଚନ୍ଦ୍ର ଅଭିଯାନ ଏହି ପାର୍ଶ୍ଵକୁ ଛୁଇଁ ପାରିନାହିଁ।
ତେଣୁ ପ୍ରଥମ ଅବତରଣ ଅଭିଯାନରେ ଭାରତ ଏକ ବିରଳ ସଫଳତା ହାସଲ କରିଥାଆନ୍ତା ବୋଲି ନାସାର ବୈଜ୍ଞାନିକମାନେ ଆଶା ପ୍ରକାଶ କରିଥିଲେ। ଭାରତର ଚନ୍ଦ୍ରଯାନ-୧ ମିସନରୁ ଦକ୍ଷିଣ ମେରୁରେ ଜଳର ସନ୍ଧାନ ମିଳିଥିଲା।

Share Now:

Kalinga News Beuro

Leave a Reply

Next Post

ଟ୍ରାଫିକ ନିୟମ ଉଲ୍ଲଂଘନ କରି ରାଜଧାନୀରେ ଜରିମାନା ଗଣିଲେ ୫୦୦ ଚାଳକ

Tue Dec 3 , 2019
ରୂପାଲିରେ ସ୍ୱଂୟଚାଳିତ କ୍ୟାମେରାରେ ଧରାପଡ଼ିଲେ ୩୬, ଟ୍ରାଫିକ୍‌ ବିପରୀତ ଦିଗରେ ଗାଡ଼ିଚାଳନାକୁ ନା, ୨୦୦ ସ୍ଥାନ ଚିହ୍ନଟ, ଧରାପଡ଼ିଲେ ୫ହଜାର ଭୁବନେଶ୍ୱର: ୩ମାସ ବିରତି ପରେ ପୁଣି ଥରେ ସାରା ରାଜ୍ୟରେ ନୂଆ ମୋଟର ଯାନ ଆଇନ୍‌କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ରାଜଧାନୀରେ ଟ୍ରାଫିକ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ‌, ଚେକିଂକୁ ଜୋରଦାର କରାଯାଇଛି। ରାଜମହଲ ଛକ, ପଟିଆ, ବରମୁଣ୍ଡା, ରସୁଲଗଡ଼, ବାଣୀବିହାର, ରୂପାଲି, କଳ୍ପନା, ନାଲ୍‌କୋ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial