ଶୋଭନୀୟ ପ୍ଲେ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ପୋଖରୀପୁଟ ସ୍ଥିତ ଶୋଭନୀୟ ପ୍ଲେ ସ୍କୁଲର ୧୭ତମ ବାର୍ଷିକ ଉତ୍ସବ ଗତକାଲି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ପ୍ରଫେସର ଡ ବାସୁଦେବ ଛାଟୋଇ କହିଥିଲେ ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ। ତେଣୁ ତାଙ୍କୁ ପ୍ରଥମରୁ ଉଚିତ ଶିକ୍ଷା ସଂସ୍କାର ପାଳନ କରିବା ପାଇଁ ପିତାମାତାମାନେ ଯତ୍ନବାନ ହେବ ଉଚିତ । ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ନିବେଦିତା ଆଚାର୍ଯ୍ୟ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଚ୍ଚ ପ୍ରଶଂସା କରିଥିଲେ।
ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଓ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ମହାପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସ୍କୁଲରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।ଏହା ପରେ କୁନିକୁନି ପିଲାମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ବିସ୍ମିତା ଧନ୍ୟବାଦ ଅର୍ପଣ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ଖଣ୍ଡଗିରିରେ ଯାତ୍ରା ମହାକୁମ୍ଭ ୫ରୁ ଆରମ୍ଭ : ପ୍ରଥମେ ମଇଦାନକୁ ଆସିବେ କୋଣାର୍କ, କଳିଙ୍ଗ

Tue Feb 4 , 2020
ଭୁବନେଶ୍ୱର: ଖଣ୍ଡଗିରି କୁମ୍ଭମେଳାରେ ସାଧୁସନ୍ଥଙ୍କ ଭିଡ଼ ବଢ଼ିଛି। ସାଧୁଙ୍କ ଆଶୀର୍ବାଦ ନେବାକୁ ବିପୁଳ ଜନ ସମାଗମ ମଧ୍ୟ ହେଉଛି। ତେବେ ବହୁ ପ୍ରତୀକ୍ଷିତ ଖଣ୍ଡଗିରି ଯାତ୍ରା ଆସନ୍ତା ୫ ତାରିଖରୁ ଆରମ୍ଭ ହେବ। ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ପ୍ରଥମ ପାଦ ରଖିବେ ଦୁଇ ହେଭି ୱେଟ୍‌ କୋଣାର୍କ ଗଣନାଟ୍ୟ ଓ କଳିଙ୍ଗ ଗଣନାଟ୍ୟ। ସନାତନ ସେବା ସମିତି ପକ୍ଷରୁ ଘାଟିକିଆ ପଡ଼ିଆରେ କୋଣାର୍କ ଗଣନାଟ୍ୟ ନାଟକ ‘ଆଖି ଅବୁଝାକୁ ଲୁହ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial