ଟ୍ରକରେ ଲୁଚି ବିହାର ଯାଉଥିଲେ ୭୦ ଡ୍ରାଇଭର:ଟ୍ରକକୁ ଅଟକ ରଖିଲା ପୋଲିସ

ଝାରସୁଗୁଡ଼ା: ବ୍ରଜରାଜନଗର ଥାନା ଗାନ୍ଧିଛକ ନିକଟରେ ଆଜି ଏକ ଟ୍ରକକୁ ପୁଲିସ ଅଟକ ରଖିଛି। ଏହି ଟ୍ରକ ଡାଲାରୁ ୭୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଲକ୍‌ଡାଉନ ସମୟରେ ଯାନବାହନ ବନ୍ଦ ରହିଥିବା ବେଳେ ମାଲବାହୀ ଗାଡ଼ି ଚାଲୁଥିବାରୁ ଏହି ଲୋକମାନେ ଏହି ଟ୍ରକରେ ବିହାର ଯାଉଥିବା ଜଣାଯାଇଛି। ବ୍ରଜରାଜନଗର ଏସ୍‌ଡିପିଓ ଦିଲୀପ ଦାଶ ଖବର ପାଇ ଚଢ଼ାଉ କରିଥିଲେ। ଟ୍ରକ ଭିତରେ ଲଦାଲଦି ହୋଇ ଏହି ଲୋକ ମାନେ ବସିଥିବା ଦେଖାଯାଇଥିଲା। ତେବେ ଏହି ଲୋକ ମାନେ ସମସ୍ତେ ଏହି ଅଞ୍ଚଳରେ ଟ୍ରକ ଟ୍ରାଇଭର ଓ ହେଲପର ଭାବରେ କାମ କରୁଥିବା କୁହାଯାଉଛି।
ଲକ୍‌ଡାଉନ ସମୟରେ କାମ ନପାଇ ଭୋକ ଉପବାସରେ ରହୁଥିଲେ ଓ ଆଜି ଏହି ଟ୍ରକ୍ ବିହାର ଯାଉଥିବା ବେଳେ ସେମାନେ ଏଥିରେ ପଳାଉଥିବା କହିଛନ୍ତି। ତେବେ ଏମାନେ ପ୍ରକୃତରେ ଡ୍ରାଇଭର ନା ଆଉ କେଉଁ ଉଦ୍ଦେଶ୍ୟରେ ଯାଉଥିଲେ ସେ ନେଇ ପୁଲିସ ଜଣ ଜଣ କରି ପଚରା ଉଚୁରା କରୁଛି। ଟ୍ରକ ନମ୍ବର ବିଆର୍ ୨୪ଜିଏ ୯୪୪୯କୁ ଜବତ କରାଯାଇଛି। ଏହି ଚଢ଼ାଉରେ ବ୍ରଜରାଜନଗର ଆଇଆଇସି ନଳିତା ମୋଦି, ଏସ୍ଆଇ ପ୍ରଦ୍ୟୁମ୍ନ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ। ଏହି ଟ୍ରକଟି ବିହାରରୁ ମାଲ ଧରି ରାୟଗଡ ଯାଇଥିଲା। ଫେରିବା ସମୟରେ ବେଲପାହାଡ଼ ଓ ବ୍ରଜରାଜନଗର ୯ ନମ୍ବର ଢ଼ାବା ନିକଟରେ ଏମାନେ ଚଢ଼ିଥିଲେ। ପୁଲିସ ସମସ୍ତଙ୍କୁ ଗାଡିରୁ ବାହାର କରି ଏକ ମାମଲା ରୁଜୁ କରିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବ୍ରଜରାଜନଗର ଏସ୍‌ଡିପିଓ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ବିଧାନସଭା ସାମ୍ନା ଟାଓ୍ୱାରରେ ଚଢ଼ି ଯୁବକଙ୍କ ହଙ୍ଗାମା: ପୁଲିସ, ଅଗ୍ନିଶମ କର୍ମଚାରୀ ନାକେଦମ୍

Fri Mar 27 , 2020
ଭୁବନେଶ୍ୱର: ସମୟ ଅପରାହ୍‌ଣ ୫ଟା। ବିଧାନସଭା ସମ୍ମୁଖରେ ଖେଳିଗଲା ଆତଙ୍କ। ବିଧାନସଭା ସମ୍ମୁଖରେ ଥିବା ମୋବାଇଲ ଟାୱାର ଉପରେ ଚଢ଼ି ଯୁବକଙ୍କ ହଙ୍ଗାମା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିଲା। ବଡ଼ ପାଟିରେ ରଡ଼ି କରୁଥାନ୍ତି ଯୁବକ ଜଣକ। ପୁଲିସ କଣ୍ଟ୍ରୋଲ ରୁମ୍ ଓ ଅଗ୍ନିଶମ କେନ୍ଦ୍ରକୁ ଖବର ଗଲା। ଘଟଣାସ୍ଥଳକୁ ଛୁଟିଲା ଦମକଳ ଓ ପିସିଆର୍ ଭ୍ୟାନ୍। ସିଡ଼ି ଲଗାଇ ଅଗ୍ନିଶମ କର୍ମଚାରୀ ଆରମ୍ଭ କଲେ ଅପରେସନ୍। ପ୍ରାୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial