ଭୁବନେଶ୍ୱରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ:ଓଡ଼ିଶାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି

ଭୁବନେଶ୍ୱର : ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ଆଜି ଆଉ ଦୁଇ ଜଣ କରୋନା ପଜିଟିଭ୍ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ହୋଇଥିବାବେଳେ ସେ କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ-୨ ଅଞ୍ଚଳରେ ରହୁଛନ୍ତି। ସେ ଅଷ୍ଟ୍ରେଲିଆରୁ ଫେରିବା ପରେ ମାର୍ଚ୍ଚ ୨୨ରୁ ଘରେ ଏକାନ୍ତବାସରେ ରହୁଥିଲେ। ତାଙ୍କ ନମୁନା ଆଜି ପଜିଟିଭ ବାହାରିଛି। ସେହିପରି ଅନ୍ୟଜଣକ ବମିଖାଲ ଅଞ୍ଚଳର ଜଣେ ୨୯ ବୟସ୍କ ଯୁବକ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି। ପୂର୍ବରୁ ବମିଖାଲରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ହେଉଛି ୪ର୍ଥ ମାମଲା।
ଏହି ଦୁଇଟି ନୂଆ ମାମଲାକୁ ମିଶାଇ ଓଡ଼ିଶାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩ କୁ ବୃଦ୍ଧି ପାଇଛି। ଏହା ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ସକ୍ରିୟ ମାମଲା ସଂଖ୍ୟା ୨୧ ରହିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଗତ ଶୁକ୍ରବାରଠାରୁ ରାଜ୍ୟର ଭୁବନେଶ୍ୱର, କଟକ ଓ ଭଦ୍ରକରେ ସଟଡାଉନ ଘୋଷଣା କରିଥିଲେ। ଆଜି ରାତି ୮ଟାରେ ଏହା ଶେଷ ହେଉଛି।

Share Now:

Kalinga News Beuro

Leave a Reply

Next Post

ଦୁଇ କରୋନା ସନ୍ଦିଗ୍ଧଙ୍କ ସାଂଘାତିକ କାର୍ଯ୍ୟ: ବିପଦରେ କଟକ ଶିଶୁଭବନ!

Sun Apr 5 , 2020
ତଥ୍ୟ ଲୁଚାଇ ୨ ଅସୁସ୍ଥ ଶିଶୁଙ୍କୁ ଭର୍ତ୍ତି କରିଥିଲେ, ତୁରନ୍ତ ବିଶୋଧନ କରାଗଲା ୨ ୱାର୍ଡ କଟକ: ଦୁଇ କରୋନା ସନ୍ଦିଗ୍ଧଙ୍କ ମାରାତ୍ମକ କାର୍ଯ୍ୟ କଟକ ଶିଶୁଭବନ ସମେତ ଏବେ ଅନେକଙ୍କୁ ବିପଦ ମୁହଁକୁ ଟାଣି ଆଣିଛି। ଦୁବାଇ ଫେରନ୍ତା ଏକ ପରିବାର ନିଜ ସମ୍ପର୍କରେ ତଥ୍ୟ ଲୁଚାଇ ଦୁଇ ଅସୁସ୍ଥ ଶିଶୁଙ୍କୁ ଚିକିତ୍ସା ପାଇଁ ଆଣି କଟକ ଶିଶୁ ଭବନରେ ଭର୍ତ୍ତି କରିଛନ୍ତି। କିନ୍ତୁ ସେମାନଙ୍କ ସମ୍ପର୍କରେ ତଥ୍ୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial