ରାସନ୍ କାର୍ଡ ନ ଥିଲେ ବି କିରାସିନି ମିଳିବ

ଭୁବନେଶ୍ବର: କରୋନା ମୁକାବିଲା ସମୟରେ ଦେଶରେ ଲକ୍‌ ଡାଉନ୍ ଜାରି ଥିବାରୁ କିରାସିନି ‌ଯୋଗାଣ ସମ୍ପର୍କରେ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାସନ୍ କାର୍ଡ ନ ଥିଲେ ବି ଘରୋଇ ବ୍ୟବହାର ନିମନ୍ତେ ଖାଉଟିମାନଙ୍କୁ କିରାସିନି ଯୋଗାଇ ଦିଆଯିବ। ୨୦୨୦ ମାର୍ଚ୍ଚରେ ଜିଲ୍ଲାରେ କିରାସିନି ପାଇଁ ଧାର୍ଯ୍ୟ ହୋଇଥିବା ଦର ହିସାବରେ ଖାଉଟିମାନଙ୍କୁ ପ୍ରତି ପରିବାର ପିଛା ୨ ଲିଟର୍‌ ଲେଖାଏ କିରାସିନି ଯୋଗାଇ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସୂଚନା ଦେଇଛନ୍ତି। ଆଜି ଏହି ମର୍ମରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ଉପଲବ୍ଧ ହେଉଥିବା କିରାସିନିକୁ ଅଣ ରାସନ୍ କାର୍ଡଧାରୀଙ୍କୁ ବିକ୍ରି କରିବା ପାଇଁ ନି‌େର୍ଦ୍ଦଶ ଦିଆଯାଇଛି। କୋଭିଡ୍‌-୧୯ ପରି ଏକ ଅସ୍ବାଭାବିକ ପରିସ୍ଥିତି ପରିପ୍ରେକ୍ଷୀରେ ଏପରି ପଦକ୍ଷେପ ନିଆଯାଇଛି, ଯାହା ଦ୍ବାରା କି ରାଜ୍ୟର ୧୭ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ। କିରାସିନି ବଣ୍ଟନ ପ୍ରକ୍ରିୟା ଶେଷ ହେବା ପରେ ଏ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ବିଭାଗକୁ ପ୍ରେରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Share Now:

Kalinga News Beuro

Leave a Reply

Next Post

କର୍ତ୍ତବ୍ୟ ପାଇଁ ବାତିଲ୍ କଲେ ବିବାହ ଉତ୍ସବ, ଯୁବ ଅଫିସରଙ୍କ ଉଦ୍ୟମ ପୁଲିସ୍ ବିଭାଗ ପାଇଁ ଉଦାହରଣ: ଏସପି

Sat Apr 25 , 2020
ରାୟଗଡ଼ା: ରାତି ପାହିଲେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। ସାହାନାଇ ବାଜିଥାନ୍ତା। ଭୋଜିଭାତ ରୋଷଣିରେ ପରିବାର ଉତ୍ସବମୁଖର ହୋଇଥାନ୍ତା। ଧୁମଧାମରେ ଆୟୋଜନ ପାଇଁ ପ୍ରସ୍ତୁତି ସରିଥିଲା। କିନ୍ତୁ ଜାତୀୟ ବିପତ୍ତି ସମୟରେ ନିଜ କର୍ତ୍ତବ୍ୟକୁ ଉଚିତ୍ ମନେ କରି ବିବାହ ଉତ୍ସବକୁ ବାତିଲ୍ କରିଛନ୍ତି ଦୁଇ ଯୁବ ପୁଲିସ୍ ଅଫିସର୍। ରାୟଗଡ଼ା ଟାଉନ୍ ଥାନାର ଦୁଇ ଏସଆଇ ଜୟସ୍ମିତା ବେହେରା ଓ ମାନସ କୁମାର ସାହୁଙ୍କ ଏପରି ନିଷ୍ପତ୍ତିକୁ ପୁଲିସ୍ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial