ଦେଶର ମୋଟ କରୋନା ସଂକ୍ରମିତ ସଂଖ୍ୟା ୪୨୮୩୬କୁ ବୃଦ୍ଧି, ମୃତ୍ୟୁସଂଖ୍ୟା ୧୩୮୯

ନୂଆଦିଲ୍ଲୀ : ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୮୩୬ ରେ ପହଞ୍ଚିଛି। ଏହା ମଧ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୯୬୮୫ ଥିବାବେଳେ ମୃତ୍ୟୁସଂଖ୍ୟା ୧୩୮୯ ରହିଛି। ତେବେ ଦେଶରେ ଏପର୍ଯ୍ୟନ୍ତ ୧୧୭୬୧ ଜଣ ଆରୋଗ୍ୟ ଲାଭ କଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ସଂଧ୍ୟାରେ ଜାରି ତଥ୍ୟରୁ ଜଣାପଡ଼ିଛି। ଏହା ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଗତ ୨୪ ଘଣ୍ଟାରେ ଦେଶରେ ୧୦୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଯାହାକି ଗୋଟିଏ ଦିନରେ ସର୍ବାଧିକ। ଏହା ସହିତ ଦେଶର ଆରୋଗ୍ୟ ହାର ୨୭.୫୨ ପ୍ରତିଶତକୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ମୋଟ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୦୩୧୧ ଥିବାବେଳେ ମୃତ୍ୟୁସଂଖ୍ୟା ୫୪୮ ରହିଛି। ୨ୟ ଓ ୩ୟ ସ୍ଥାନରେ ଯଥାକ୍ରମେ ଗୁଜୁରାଟ ଓ ଦିଲ୍ଲୀ ରହିଛନ୍ତି। ଏହି ଦୁଇ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୪୦୯୬ ଓ ୩୧୨୩ ଓ ମୃତ୍ୟୁସଂଖ୍ୟା ଯଥାକ୍ରମେ ୨୯୦ ଓ ୬୪ ରହିଛି। ଅନ୍ୟପକ୍ଷରେ ସମଗ୍ର ବିଶ୍ୱରେ କରୋନା ସଂକ୍ରମିତ ସଂଖ୍ୟା ୩୫ ଲକ୍ଷ ୯୦ ହଜାରରେ ପହଞ୍ଚିଥିଛି। ଏହା ମଧ୍ୟରେ ମୃତ୍ୟୁସଂଖ୍ୟା ୨ ଲକ୍ଷ ୪୯ ହଜାର ରହିଛି। ତେବେ ସମଗ୍ର ବିଶ୍ୱରେ ଆରୋଗ୍ୟଙ୍କ ସଂଖ୍ୟା ୧୧ଲକ୍ଷ ୬୫ ହଜାରକୁ ବୃଦ୍ଧି ପାଇଛି।

Share Now:

Kalinga News Beuro

Leave a Reply

Next Post

ପଶ୍ଚିମବଙ୍ଗରେ କୋରନା ଜନିତ ମୃତ୍ୟୁହାର ଦେଶରେ ସର୍ବାଧିକ : କେନ୍ଦ୍ରୀୟ ଟିମ

Mon May 4 , 2020
ତଥ୍ୟ ଲୁଚାଉଛନ୍ତି ଦିଦି ନୂଆଦିଲ୍ଲୀ : ପଶ୍ଚିମ ବଙ୍ଗରେ କରୋନା ଜନିତ ମୃତ୍ୟୁହାର ୧୨.୮ ପ୍ରତିଶତ ଯାହାକି ଦେଶରେ ସର୍ବାଧିକ ରହିଛି ବୋଲି କେନ୍ଦ୍ରୀୟ ଟିମ ରିପୋର୍ଟ ଦେଇଛି। ପଶ୍ଚିମବଙ୍ଗରେ ପ୍ରାୟ ଦୁଇ ସପ୍ତାହ ରହି ସ୍ଥିତି ପର୍ଯ୍ୟବେକ୍ଷଣ କରିବା ପରେ କେନ୍ଦ୍ରୀୟ ଟିମ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟରେ କେନ୍ଦ୍ରୀୟ ଟିମକୁ ପଶ୍ଚିମବଙ୍ଗ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial